April 13, 2026

କୋର୍ଟ ପରିସରରେ ବୋମା ଆତଙ୍କ ଖାଲି ହେଲା କୋର୍ଟ

1 min read

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋର୍ଟ ପରିସରରେ ଆଜି ଦେଖିବାକୁ ମିଳିଛି ବୋମା ଆତଙ୍କ। ଏକ ଅଜ୍ଞାତ ଇ-ମେଲ୍ ଜରିଆରେ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସୁରକ୍ଷା ଦୃଷ୍ଟିରୁ ତୁରନ୍ତ କୋର୍ଟ ପରିସରକୁ ଖାଲି କରାଯାଇଥିବା ବେଳେ ପୁଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ପକ୍ଷରୁ ତନାଘନା ଜାରି ରହିଛି।