May 26, 2026

୨୪ ମହିଳାଙ୍କ ଠାରୁ ୩୭ କୋଟି ଟଙ୍କାର ସୁନା ଜବତ

1 min read

ମୁମ୍ବାଇ: ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ସୁନା ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ କରିବା ସହିତ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ୨୪ ଜଣ ମହିଳାଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ସେମାନଙ୍କଠାରୁ ୨୯.୩୭ କିଲୋଗ୍ରାମ ସୁନା ଜବତ କରାଯାଇଛି, ଯାହାର ମୂଲ୍ୟ ପ୍ରାୟ ୩୭.୭୪ କୋଟି ଟଙ୍କା। ଡିଆରଆଇ ଅଧିକାରୀମାନେ କହିଛନ୍ତି, କେନିଆର ନାଇରୋବିରୁ ଆସୁଥିବା କିଛି ମହିଳା ସେମାନଙ୍କ ସହିତ ସୁନା ଚୋରା ଚାଲାଣ କରୁଥିବା ଗୁପ୍ତ ସୂଚନା ମିଳିଥିଲା। ଏହା ପରେ ନାଇରୋବିରୁ ମୁମ୍ବାଇ ଆସିଥିବା ୨୪ଜଣ ବିଦେଶୀ ମହିଳାଙ୍କୁ ଅଟକାଯାଇଥିଲା। ସେମାନଙ୍କୁ ତଲାସି କରାଯିବା ସମୟରେ ସେମାନଙ୍କ ବ୍ୟାଗ ଏବଂ ପୋଷାକରୁ ୨୫.୧୦କିଲୋଗ୍ରାମ ସୁନା ବାର୍ ଏବଂ ୪.୨୭ କିଲୋଗ୍ରାମ ସୁନା ଅଳଙ୍କାର ଜବତ କରାଯାଇଥିଲା।