April 9, 2026

ସୁନ୍ଦରାପଲ୍ଲୀ ଗାଁରେ ଅଭାବନୀୟ ଘଟଣା ଘଟିଛି

1 min read

ସୋରଡ଼ା: ଗଞ୍ଜାମ ଧରାକୋଟ ଥାନା ସୁନ୍ଦରାପଲ୍ଲୀ ଗାଁରେ ଅଭାବନୀୟ ଘଟଣା ଘଟିଛି। ପଞ୍ଚୁଦଣ୍ଡ ଚାଲିଥିବାବେଳେ ଦୁଇ ଦଣ୍ଡୁଆ ଦଳ ମଧ୍ୟରେ ମାରପିଟ୍ ପରିସ୍ଥିତି ସୃଷ୍ଟି ହୋଇଛି। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ହିଞ୍ଜିଳିକାଟୁ ସାନ ପାର୍ଟି ଓ ପୁରୁଷୋତ୍ତମପୁର ଗୌଡପାର୍ଟି ମୁହାଁମୁହିଁ ହୋଇଥିଲେ । ଦଣ୍ଡୁଆଙ୍କ ଭିତରେ ମାରପିଟ୍ ପରେ ଉତ୍ତେଜନା ଦେଖିବାକୁ ମିଳିଛି । ତେବେ କେଉଁ କାରଣକୁ ନେଇ ଗଣ୍ଡଗୋଳ ହେଲା, ଏନେଇ କିଛି ସ୍ପଷ୍ଟ ହୋଇନି । ଏନେଇ ଥାନାରେ ମଧ୍ୟ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।