May 17, 2026

ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପାଇଁ ବିଜେପିକୁ କଂଗ୍ରେସର କଡ଼ା ସମାଲୋଚନା

1 min read

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପାଇଁ କଂଗ୍ରେସ ଆଜି ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛି ଏବଂ ଅଭିଯୋଗ କରିଛି ଯେ ମୋଦୀ ସରକାର ଦେଶର ରଣନୈତିକ ଏବଂ ଅର୍ଥନୈତିକ ନୀତିକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦେଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏକ୍ସରେ ଏକ ‌ପୋଷ୍ଟ୍‌ କରି କହିଛନ୍ତି, ଯେଉଁଠି ସାଧାରଣ ଲୋକ ଆଶ୍ବସ୍ତି ଚାହୁଛନ୍ତି ସେଠି ବିଜେପି ନେତୃବୃନ୍ଦ କେବଳ ଜନସାଧାରଣଙ୍କୁ ଲୁଟିବା ଉପରେ ଏବଂ ଦେଶକୁ ସଙ୍କଟ ମଧ୍ୟରୁ ଠେଲି ଦେବା ଉପରେ ଫୋକସ୍‌ କରିଛନ୍ତି। ଏକ୍ସରେ ଏକ ପୋଷ୍ଟ୍‌ କରି ଖଡ଼ଗେ କହିଛନ୍ତି, ‘ ମୋଦୀ ସରକାର ଦେଶର ରଣନୀତିକ ଏବଂ ଅର୍ଥନୈତିକ ନୀତିକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦେଇଛନ୍ତି। ଏହାର ସିଧାସଳଖ ଫଳ ଏବେ ୧୪୦ କୋଟି ଭାରତୀୟ ଭୋଗୁଛନ୍ତି। ଆଜିଠାରୁ ଆରମ୍ଭ କରି ଅନେକ ଅତ୍ୟାବଶ୍ୟକ ଦୈନନ୍ଦିନ ସାମଗ୍ରୀ ଗୁଡ଼ିକର ମୂଲ୍ୟ ବଢ଼ିବ। ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ଆକାଶଛୁଆଁ ହୋଇଛି। ରାସ୍ତାକଡ଼ର ଦୋକାନରୁ ଚା’ର ମୂଲ୍ୟଠାରୁ ଆରମ୍ଭ କରି ମଧ୍ୟାହ୍ନଭୋଜନ ଯୋଜନା ମଧ୍ୟ ପ୍ରଭାବିତ ହୋଇଛି। ଦିନେ ସାଧାରଣ ନାଗରିକଙ୍କ ପାଇଁ ସହଜ ଥିବା ବିମାନ ଯାତ୍ରା ଏବେ ସ୍ବପ୍ନ ହୋଇଯାଇଛି। ୯୦୦ରୁ ଅଧିକ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ବଢ଼ିଯାଇଛି। ଚିକିତ୍ସା ଏବଂ ସ୍ବାସ୍ଥ୍ୟସେବା ଖର୍ଚ୍ଚ ମଧ୍ୟ ବଢ଼ିଯାଇଛି। ଖଡ଼ଗେ କହିଛନ୍ତି, ସାଧାରଣ ନାଗରିକ, କୃଷକ, ଶ୍ରମିକ, ଏମଏସଏମଇ ଶ୍ରମିକ ଆଶ୍ବସ୍ତି ଆଶା କରିଥିବାବେଳେ ବିଜେପି ନେତୃବୃନ୍ଦ ସେମାନଙ୍କ ଦୁଃଖକୁ ଅଣଦେଖା କରି ସମ୍ପୂର୍ଣ୍ଣ ଭାବେ ଜନସାଧାରଣଙ୍କୁ ଲୁଟ୍‌ କରି ଦେଶକୁ ସଙ୍କଟ ମଧ୍ୟକୁ ଠେଲି ଦେବାକୁ ଚାହିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପାଇଁ କଂଗ୍ରେସ ଆଜି ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛି ଏବଂ ଅଭିଯୋଗ କରିଛି ଯେ ମୋଦୀ ସରକାର ଦେଶର ରଣନୈତିକ ଏବଂ ଅର୍ଥନୈତିକ ନୀତିକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦେଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏକ୍ସରେ ଏକ ‌ପୋଷ୍ଟ୍‌ କରି କହିଛନ୍ତି, ଯେଉଁଠି ସାଧାରଣ ଲୋକ ଆଶ୍ବସ୍ତି ଚାହୁଛନ୍ତି ସେଠି ବିଜେପି ନେତୃବୃନ୍ଦ କେବଳ ଜନସାଧାରଣଙ୍କୁ ଲୁଟିବା ଉପରେ ଏବଂ ଦେଶକୁ ସଙ୍କଟ ମଧ୍ୟରୁ ଠେଲି ଦେବା ଉପରେ ଫୋକସ୍‌ କରିଛନ୍ତି। ଏକ୍ସରେ ଏକ ପୋଷ୍ଟ୍‌ କରି ଖଡ଼ଗେ କହିଛନ୍ତି, ‘ ମୋଦୀ ସରକାର ଦେଶର ରଣନୀତିକ ଏବଂ ଅର୍ଥନୈତିକ ନୀତିକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦେଇଛନ୍ତି। ଏହାର ସିଧାସଳଖ ଫଳ ଏବେ ୧୪୦ କୋଟି ଭାରତୀୟ ଭୋଗୁଛନ୍ତି। ଆଜିଠାରୁ ଆରମ୍ଭ କରି ଅନେକ ଅତ୍ୟାବଶ୍ୟକ ଦୈନନ୍ଦିନ ସାମଗ୍ରୀ ଗୁଡ଼ିକର ମୂଲ୍ୟ ବଢ଼ିବ। ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ଆକାଶଛୁଆଁ ହୋଇଛି। ରାସ୍ତାକଡ଼ର ଦୋକାନରୁ ଚା’ର ମୂଲ୍ୟଠାରୁ ଆରମ୍ଭ କରି ମଧ୍ୟାହ୍ନଭୋଜନ ଯୋଜନା ମଧ୍ୟ ପ୍ରଭାବିତ ହୋଇଛି। ଦିନେ ସାଧାରଣ ନାଗରିକଙ୍କ ପାଇଁ ସହଜ ଥିବା ବିମାନ ଯାତ୍ରା ଏବେ ସ୍ବପ୍ନ ହୋଇଯାଇଛି। ୯୦୦ରୁ ଅଧିକ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ବଢ଼ିଯାଇଛି। ଚିକିତ୍ସା ଏବଂ ସ୍ବାସ୍ଥ୍ୟସେବା ଖର୍ଚ୍ଚ ମଧ୍ୟ ବଢ଼ିଯାଇଛି। ଖଡ଼ଗେ କହିଛନ୍ତି, ସାଧାରଣ ନାଗରିକ, କୃଷକ, ଶ୍ରମିକ, ଏମଏସଏମଇ ଶ୍ରମିକ ଆଶ୍ବସ୍ତି ଆଶା କରିଥିବାବେଳେ ବିଜେପି ନେତୃବୃନ୍ଦ ସେମାନଙ୍କ ଦୁଃଖକୁ ଅଣଦେଖା କରି ସମ୍ପୂର୍ଣ୍ଣ ଭାବେ ଜନସାଧାରଣଙ୍କୁ ଲୁଟ୍‌ କରି ଦେଶକୁ ସଙ୍କଟ ମଧ୍ୟକୁ ଠେଲି ଦେବାକୁ ଚାହିଛନ୍ତି।