April 1, 2026

ସାବରମତୀ ଶୈଳୀରେ ହେବ ସାଳନ୍ଦୀ ନଦୀବନ୍ଧର ବିକାଶ

1 min read

ଭଦ୍ରକ: ରାଜ୍ୟ ସରକାର ବୁଧବାର ଦିନ ୩୦ ଜିଲ୍ଲାର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛନ୍ତି। ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବରେ ଭଦ୍ରକ ବିଧାନସଭା କ୍ଷେତ୍ରରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବରେ ଦାୟିତ୍ଵ ମିଲିଛି। ଏହା ପୂର୍ବରୁ ବିଜେଡି ସରକାରଙ୍କ ସମୟରେ ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଥିଲେ ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟ।

୨୦୨୪ ବିଧାନସଭା ନିର୍ବାଚନରେ ବିଜେଡି ହାତରୁ ରାଜ୍ୟର କ୍ଷମତାରୁ ଯିବା ପରେ ବିଜେପି ରାଜ୍ୟରେ ସରକାର ଗଠନ କରିଥିଲା। ବିଜେପି ସରକାର ଗଠନ କରିବାର ଏହା ଭିତରେ ଦୁଇ ବର୍ଷ ପୂରଣ କରିବାକୁ ଯାଉଥିବା ବେକେ ବିଜେପି ସରକାର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ପଦବି ପୂରଣ କରିନଥିଲା। ଜିଲାରେ ଯୋଜନା ବୋର୍ଡ ଅଧ୍ୟକ୍ଷ ପଦବୀରେ କେହି ନଥିବା ବେକେ ଭଦ୍ରକ ଜିଲ୍ଲାରେ ଜିଲ୍ଲାର ବିକାଶ ନେଇ ବିଶେଷ ଭାବରେ କୌଣସି ବିକାଶ ମୂଳକ କାର୍ଯ୍ୟ ଆଗକୁ ଯାଇ ପାରି ନଥିଲା।। ଆଜି ଭଦ୍ରକ ଜିଲା ଯୋଜନା ବୋର୍ଡର ନୂଆ ଅଧ୍ୟକ୍ଷଙ୍କ ନାମ ଘୋଷଣା ହେବା ପରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କର ପ୍ରତିକ୍ରିୟା ନେଇ ଥିଲୁ।

ଏହି ଅବସରରେ ଶ୍ରୀ ମହାପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଲେ, ମୁଁ ପ୍ରଥମ କରି ବିଧାୟକ ଭାବରେ ନିର୍ବାଚିତ ହୋଇଛି। ମୋର ବିଧାନସଭା କ୍ଷେତ୍ର ହେଉଛି ଭଦ୍ରକ ସଦର ନିର୍ବାଚନ ମଣ୍ଡଳୀ। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦବି ହେଉଛି ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀ ପାଇଁ ବିକାଶ ମୂଳକ କାମ କରିବାର ପ୍ଲାନ ଆଉ ପ୍ରପୋଜାଲ ଦେବାର ସୁଯୋଗ ମିଳୁଛି। ମୋ ଉପରେ ଆସ୍ଥା ପ୍ରକଟ କରି ସରକାର ମୋତେ ଏହି ଦାୟିତ୍ଵ ଦେଇଥିବାରୁ ମୋ ଦଳର ନେତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ଦଳର ରାଜ୍ୟ ସଭାପତି, ରାଜ୍ୟସଭା ସାଂସଦ ମନମୋହନ ସାମଲ, ଆମ ଜିଲ୍ଲାର ନେତା ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ଲୋକସଭାର ସାଂସଦ ଅଭିମନ୍ୟୁ ସେଠୀଙ୍କୁ ମୁଁ ଆନ୍ତରିକ କୃତଜ୍ଞତା ଜଣାଉଛି। ମୋ ଦଳର ସମସ୍ତ କର୍ମ କର୍ତ୍ତା ମୋତେ ଆଜି ଏହି ଖବର ଶୁଣି ଶୁଭେଛା ଜନାଇଥିବ ବେକେ ସେମାନଙ୍କୁ ମୁଁ ମୋର କୃତଜ୍ଞତା ଜଣାଉଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ଵ ପାଇବା ପରେ ମୋତେ ମୋ ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ରର ବିକାଶ ପାଇଁ କାମ କରିବାକୁ ପଡ଼ିବ। ଭଦ୍ରକ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ମୋର ଉଦ୍ୟମ ଜାରି ରହିବ। ଜିଲ୍ଲାର ଲୋକମାନଙ୍କର ମୌଳିକ ସୁବିଧା ସୁଯୋଗ ଉପରେ ଯୋଜନାରେ ଅଧିକ ଫୋକସ୍ କରିବାକୁ ପଡ଼ିବ। ରାସ୍ତା ଘାଟ, ନଦୀ ବନ୍ଧ, ପାନୀୟ ଜଳ, ଅଙ୍ଗନବାଡ଼ିର ଭିତ୍ତିଭୂମିର ବିକାଶ, ଶିଳ୍ପ ପ୍ରତିଷ୍ଠା କରିବା ସହ ଜିଲ୍ଲାର ନିଯୁକ୍ତି ସୁଯୋଗ ସୃଷ୍ଠି କିଭଳି କରାଯାଇ ପାରିବ ତାହା ଉପରେ କାମ କରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।