କୁଜଙ୍ଗ ପୁଲିସ ପକ୍ଷରୁ ୧୦୬ଟି ଗ୍ୟାସ ସିଲିଣ୍ଡର ଜବତ
1 min read
କୁଜଙ୍ଗ: ଆଜି ବାଲିତୁଠରେ କୁଜଙ୍ଗ ପୁଲିସ ଚଢ଼ାଉକରି ୧୦୬ଟି ରନ୍ଧନ ଗ୍ୟାସ ସିଲିଣ୍ଡର ଜବତ କରିଛି। ଜବତ ସିଲିଣ୍ଡରଗୁଡ଼ିକ ମଧ୍ୟରେ ୮ଟି ଗ୍ୟାସ୍ ଭର୍ତ୍ତି ଥିବା ବେଳେ ଅନ୍ୟଗୁଡ଼ିକ ଖାଲିରହିଛି। ଏହି ଘଟଣାରେ ବଡ଼ବୁଦାର ସାରଦା ପ୍ରସାଦ ନାୟକଙ୍କୁ ଗିରଫ କରାଯାଇଛି। ଆଜି କୁଜଙ୍ଗ ପୁଲିସ ପକ୍ଷରୁ ଗ୍ୟାସ କଳାବାଜର ନେଇ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲାା ଏହି ଚଢାଉ ସମୟରେ ବାଲିତୁଠର ଏକ ମାର୍କେଟ କମ୍ପ୍ଲେକ୍ସ ଗୃହରୁ ଏହି ସିଲିଣ୍ଡର ଯବତ ହୋଇଥିଲାା ଜବତ ହୋଇଥିବା ଦୋକାନ ଗୃହ ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟ ତଥା ଏରସମା ବ୍ଲକ କଂଗ୍ରେସ ସମିଟି ସଭାପତି ପିନାକି ଦାସଙ୍କ ମାଲିକାନାରେ ରହିଛିା ତେବେ ଏହି ବ୍ୟବସାୟରେ ତାଙ୍କ କୌଣସି ସମ୍ପୃକ୍ତି ନାହିଁ, ଅଟକ ବ୍ୟକ୍ତି ଜଣକ ତାଙ୍କ ଘର ଭଡାରେ ନେଇ ଏହି ବ୍ୟବସାୟ କରୁଥିବା ଶ୍ରୀଯୁକ୍ତ ଦାସ ନିଜର ପ୍ରତିକ୍ରିୟାରେ କହିଛନ୍ତିା ଆଜି ଜବତ ମୋଟ ୧୦୬ ସିଲିଣ୍ଡର ମଧ୍ୟରୁ ୪ଟି ଏଚପି ଓ ୪ ଇଣ୍ଡେନ ଟାଙ୍କି ଗ୍ୟାସ ଭର୍ତ୍ତି ରହିଛି। କୁଜଙ୍ଗ ଥାନା ଅଧିକାରୀ ବଂଶୀଧର ପ୍ରଧାନଙ୍କୁ ଏ ନେଇ ପଚାରିବାରୁ ସେ ଏହି ଘଟଣାରେ ମାମଲା ରୁଜୁ ହେବା ସହିତ ଆହୁରି ବ୍ୟାପକ ଚଢାଉ କରାଯିବା ବୋଲି ପ୍ରକାଶ କରିଛନ୍ତିା


