ଇରାନରେ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଲା
1 min read
ତେହେରାନ: ଇରାନ ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣକୁ ମାସକ ବିତି ଯାଇଥିବାବେଳେ ମୃତ୍ୟୁସଂଖ୍ୟା ୨୦୦୦ ଟପିଛି। ଇରାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଫେବ୍ରୁଆରି ୨୮ରୁ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନରେ ୨୧୬ ଜଣ ଶିଶୁଙ୍କ ସମେତ ୨୦୭୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଯୁଦ୍ଧରେ ୨୬,୫୦୦ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୧୭୬୭ ଜଣ ଶିଶୁ ଅଛନ୍ତି।


