May 12, 2026

କାର୍‌ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ

1 min read

ଜଗତସିଂହପୁର: ଜିଲ୍ଲପାଳଙ୍କ ଆବାସିକ କାର୍ଯ୍ଯାଳୟ ଆଗରେ ଆଜି ଅପରାହ୍‌ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର (ଓଡି ୩୩ଏବି ୪୮୯୩) ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତତକଙ୍କ ପରିଚୟ ମିଳିପାରି ନାହିଁ। ଉତ୍ତ୍ଯକ୍ତ ଜନତାଙ୍କ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ଯାଳୟ ସମ୍ମୁଖ ଜଗତସିଂହପୁର-ଜଇପୁର ରାସ୍ତା ଅବରୋଧ କରିଛନ୍ତି। ଗାଡ଼ି ଚଳାଚଳ ବନ୍ଦ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ମୃତଦେହକୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ପଠାଯାଇଛି।