ଏକ କନସୋର୍ଟିୟମ୍ (ନିବେଶକ ଗୋଷ୍ଠୀ) ରାଜସ୍ଥାନ ରୟାଲ୍ସକୁ କିଣିଛନ୍ତି
1 min read
ନୂଆଦିଲ୍ଲୀ: ଆମେରିକା ଭିତ୍ତିକ ପ୍ରବାସୀ ଭାରତୀୟ ଉଦ୍ୟୋଗୀ ରାଜ୍ ସୋମାନିଙ୍କ ନେତୃତ୍ବାଧୀନ ଏକ କନସୋର୍ଟିୟମ୍ (ନିବେଶକ ଗୋଷ୍ଠୀ) ରାଜସ୍ଥାନ ରୟାଲ୍ସକୁ କିଣିଛନ୍ତି। ସେମାନେ ୧.୬୩ ବିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୧୫,୩୦୦ କୋଟି ଟଙ୍କା ବିନିମୟରେ କିଣିଛନ୍ତି। ଏହି ନିବେଶକ ଗୋଷ୍ଠୀରେ ଅଛନ୍ତି ଆମେରିକାର ପ୍ରସିଦ୍ଧ ରିଟେଲ କମ୍ପାନି ଓ୍ବାଲମାର୍ଟ ଗ୍ରୁପର ରବ୍ ଓ୍ବାଲଟନ୍ ଓ ହାମ୍ପ୍ ପରିବାର ।
ହାମ୍ପ ପରିବାର ମାଲିକାନାରେ ଆମେରିକୀୟ ଫୁଟବଲ୍ ଲିଗ୍ (ଏନଏଫଏଲ୍) ଦଳ ଡେଟ୍ରଏଟ୍ ଲାୟନ୍ସ ମଧ୍ୟ ରହିଛି। ସେହିପରି ରାଜ୍ ସୋମାନି ପୂର୍ବରୁ ମଧ୍ୟ କ୍ରୀଡ଼ା କ୍ଷେତ୍ରରେ ନିବେଶ କରିସାରିଛନ୍ତି। ମୋଟର ସିଟି ଗଲ୍ଫ କ୍ଲବ୍ର ମାଲିକାନା ତାଙ୍କ ନିକଟରେ ରହିଛି। ସେହିପରି ରାଜସ୍ଥାନ ରୟାଲ୍ସରେ ବି ତାଙ୍କର ନିବେଶ ଥିଲା। ଏହି ନିବେଶର ଏକ ଉଜ୍ଜଳ
ସମ୍ଭାବନା ରହିଛି ବୋଲି ସୋମାନି କହିଛ


