September 28, 2026

ଖେଲୋ ମାଷ୍ଟର୍ସ ଗେମ୍ସ: ପାର୍ବତୀଙ୍କୁ ୨ ସ୍ବର୍ଣ୍ଣ

1 min read

ଭୁବନେଶ୍ବର: ଚଣ୍ଡିଗଡ଼ଠାରେ ଚଳିତ ମାର୍ଚ୍ଚ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଖେଲୋ ମାଷ୍ଟର୍ସ ଗେମ୍ସରେ ଓଡ଼ିଶାର ଡିସ୍‌କସ୍‌ କୁଇନ୍‌ ପାର୍ବତୀ ସେଠୀ ଦୁଇଟି ସ୍ବର୍ଣ୍ଣପଦକ ଜିତିଛନ୍ତି। ଡିସ୍‌କସ୍‌ ସହ ସଟ୍‌ପୁଟ୍‌ରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ସେ ୪୦.୫୫ ଫୁଟ ଦୂରକୁ ଡିସ୍‌କସ୍‌ ଏବଂ ୧୦.୪୫ ଫୁଟ୍‌ ଦୂରକୁ ସଟ୍‌ପୁଟ୍‌ ଫିଙ୍ଗି ଏଭଳି ସଫଳତା ପାଇଛନ୍ତି। ସୂଚନାଯୋଗ୍ୟ ଯେ ପାର୍ବତୀ ସଂପ୍ରତି ଭାରତୀୟ ରେଳବାଇରେ ଉପ ସିଟିଇ ଭାବେ କାର୍ଯ୍ୟ କରୁଛନ୍ତି। ଆଗାମୀ ସମୟରେ ସେ ଦକ୍ଷିଣ କୋରିଆରେ ଆୟୋଜିତ ହେବାକ ଥିବା ବିଶ୍ବ ମାଷ୍ଟର୍ସ ଆଥଲେଟିକ୍‌ ମିଟ୍‌ରେ ଅଂଶଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟ ସରକାରଙ୍କ ସହଯୋଗ ଓ ସମର୍ଥନ ମିଳିଲେ, ଏଥିରେ ସେ ନିଶ୍ଚିତ ପଦକ ଜିତିବେ ବୋଲି ପାର୍ବତୀ ଏହା ପୂର୍ବରୁ କହିଛନ୍ତି।