March 20, 2026

୪୮ ଘଣ୍ଟା ବାମନଘାଟି ବନ୍ଦ ଡାକରା

1 min read

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ତିରିଂ ଥାନା ଅନ୍ତର୍ଗତ ସୁନାପୋଷି ଗ୍ରାମରେ ଗତ ମାର୍ଚ୍ଚ ୧୨ତାରିଖ ଅପରାହ୍ନରେ ଜୈନିକ ଆଦିବାସୀ ନାବାଳିକାଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ଅସଦାଚରଣ ମାମଲା ନେଇ ୧୩ ତାରିଖ ଦିନ ବହଳଦା ବାଇପାସଛକରେ ଆଦିବାସୀମାନେ ପୀଡ଼ିତା ନାବାଳିକାଙ୍କୁ ନ୍ୟାୟ ଦାବିରେ ଧାରଣାରେ ବସିଥିବାବେଳେ ପୋଲିସର ପାଟିତୁଣ୍ଡ ହୋଇଥିଲା।

ଫଳରେ ଉତ୍ୟକ୍ତ ଲୋକଙ୍କ ସହ ପୋଲିସର ଗଣ୍ଡଗୋଳ ହୋଇଥିଲା।ଘଟଣାକୁ ନେଇନାବାଳିକାଙ୍କୁ ଅସଦାଚରଣ ପ୍ରତିବାଦ ବେଳେ ପୋଲିସ ଗିରଫ କରିଥିବା ୩୪ଜଣ ଆନ୍ଦୋଳନକାରୀଙ୍କୁ ନିର୍ଦୋଷ ରେ ଖଲାସ ଦାବିରେ ଆଜି ୪୮ ଘଣ୍ଟା ବାମନଘାଟି ବନ୍ଦ ପାଳନ କରୁଛି ମୟୁରଭଞ୍ଜ ଆଦିବାସୀ ଏକତା ମଞ୍ଚ। ସମସ୍ତ ଅଫିସ, ଦୁକାନ ବଜାର, ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ସହ ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ବିଶୋଇ, ରାଇରଙ୍ଗପୁର, ବହଳଦା ଓ ତିରିଂ ଅଞ୍ଚଳର ସମସ୍ତ ଛକରେ ସଂଗଠନ ର କର୍ମୀମାନେ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି।ଏହି ବନ୍ଦକୁ ବିଜେଡି,ଜେଏମଏମ,କଂଗ୍ରେସ ଦଳ ପୂର୍ଣ୍ଣ ସମର୍ଥନ କରିଛନ୍ତି।