ଛତ୍ରପୁର ଲଣ୍ଡା ବାଉଁଶ ପାହାଡ଼ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ
1 min read
ଛତ୍ରପୁର: ଗ୍ରୀଷ୍ମ ଋତୁର ଆରମ୍ଭରୁ ହିଁ ଜଙ୍ଗଲରେ ନିଆଁର ପ୍ରକୋପ ବଢିବାରେ ଲାଗିଛି। ଛତ୍ରପୁର ବ୍ଲକ ଲଣ୍ଡା ବାଉଁଶ ପାହାଡ଼ ଜଙ୍ଗଲରେ କୌଣସି କାରଣରୁ ଭୟାବହ ଅଗ୍ନିକାଣ୍ଡ ଘଟି ଶହ ଶହ ମୂଲ୍ୟବାନ ଗଛ ପୋଡ଼ି ପାଉଁଶ ହୋଇଯାଉଥିବା ବେଳେ ବନ ବିଭାଗର ଦେଖା ମିଳୁନାହିଁ।
ଏହି ନିଆଁ ଫଳରେ କେବଳ ପରିବେଶ ନୁହେଁ, ବରଂ ବନ୍ୟଜନ୍ତୁଙ୍କ ଜୀବନ ମଧ୍ୟ ବିପଦରେ ପଡଛି | ଦୀର୍ଘ ସମୟ ଯାଏ ନିଆଁ ବ୍ୟାପିବାରେ ଲାଗିଛି | ଭୟଭୀତ ଅବସ୍ଥାରେ ଗ୍ରାମବାସୀ | ସ୍ଥାନୀୟ ଲୋକ ବନ ବିଭାଗକୁ ଅବଗତ କରିଥିଲେ ବି କାହାରି ଦେଖା ମିଳିନାହିଁ ବୋଲି ଅଭିଯୋଗ ହୋଇଛି |


