March 18, 2026

ଅସହାୟ ବୃଦ୍ଧଙ୍କ ଶବଦାହ କରାଇଲେ ଦୁଇ କାଉନସିଲର ଓ ଯୁବବର୍ଗ

1 min read

ନବରଙ୍ଗପୁର: ଦାରୁବନ୍ଧ ସାହ ର ଗରିବ ଅସହାୟ ବ୍ୟକ୍ତି ଜି. ମୋହନ ରାଓ (୫୬ ବର୍ଷ )ଙ୍କ ମୃତ ଖବର ଶୁଣି ୧୦ ନଂ ୱାର୍ଡ କାଉନସିଲର ଏ. ସତୀଶ, ସମାଜସେବୀ ସାନୁଜ ତ୍ରିପାଠୀ, ବୁଲୁ ମହାପାତ୍ର, ବବୁଲୁ ମହାପାତ୍ର ପହଂଚି ଶବ ସତ୍କାର କରିବାକୁ ଆଗେଇ ଆସିଥିଲେ l ମୃତ ରାଓଙ୍କ ପରିବାର ସମ୍ପର୍କୀୟ କେହି ନାହାନ୍ତି l ତାଙ୍କୁ ପୂର୍ବରୁ ଆଖପାଖର ଲୋକେ ସାହାଯ୍ୟ କରିବା ସହ ଖାଇବାର ବ୍ୟବସ୍ଥା କରୁଥିଲେl ସୋମବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ଦାରୁବନ୍ଧ ସ୍ଥିତ ଭଡା ଥିବା ଘରେ ସେ ମୃତ୍ୟୁ ବରଣ କରିଥିଲେ l ରାଓଙ୍କ ମୃତ ଖବର ଥାନା ଅଧିକାରୀଙ୍କୁ ଜଣାଇବା ପରେ କାଉନସିଲର ସତୀଶ, ସାନୁଜ ତ୍ରିପାଠୀ, ବୁଲୁ ମହାପାତ୍ର ଟ୍ରାକ୍ଟର ସଂଘର ଆମ୍ବୁଲାନ୍ସ ଡକାଇବା ସହ ଶବ ଦାହ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଇଥିଲେl ତାଙ୍କ ମୃତଶରୀରକୁ ଆମ୍ବୁଲାନ୍ସ ଯୋଗେ ଇନ୍ଦ୍ରାବତୀ ଶ୍ମଶାନ ଘାଟକୁ ନେଇ ଶାବଦାହ କରାଯାଇଥିଲାl ୯ ନଂ ୱାର୍ଡ କାଉ ନସିଲର ଅଲେଖ ସୌରା, ସାନୁଜ, ରାଜେଶ ପଣ୍ଡା, ବାଦଲ ନାୟକ ପ୍ରମୁଖ ଉପସ୍ଥିତ ରହି ଶାବଦାହ କରିଥିଲେl ଏହି ପରି ଗରିବ ଅସହାୟ ବ୍ୟକ୍ତିଙ୍କ ଶବଦାହ ପାଇଁ ସହାୟତା ର ହାତ ବଡାଇ ଥିବାରୁ ସହରର ଜନସାଧାରଣ ଓ ବୁଦ୍ଧିଜିବୀମାନେ ପ୍ରଶଂସା କରିଛନ୍ତିl