March 17, 2026

ଅଦିନିଆ ବର୍ଷା ସହିତ କୁଆପଥର ମାଡ଼

1 min read

ଧଣ୍ଡାମୁଣ୍ଡା : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଂଚଳରେ ମଙ୍ଗଳବାର ଅପରାହ୍ନରେ ଅଦିନିଆ ବର୍ଷା ସହିତ କୁଆପଥର ମାଡ ହୋଇଛି। ଖପ୍ରାଖୋଲ, କପସିପାଲି, ଭେଲୁଆଖୋଲ, ଓଡ଼ିଆପାଲି, ବୁଢ଼ିବାହାଲ୍, ଧଣ୍ଡାମୁଣ୍ଡା ଗାଁ ସମେତ ବିଭିନ୍ନ ଗାଁ ରେ ଅଦିନିଆ ବର୍ଷା ହୋଇଥିବା ଵେଳେ ବ୍ଲକ ସଦର ମହକୁମା ସମେତ ପାଖ ଗାଁଗୁଡ଼ିକରେ କୁଆପଥର ମାଡ଼ ହୋଇଛି। ହେଲେ ଅଦିନିଆ ବର୍ଷା ଯୋଗୁଁ କୌଣସି କ୍ଷୟକ୍ଷତି ସୁଚନା ମିଳିନାହିଁ। ବର୍ଷା ଯୋଗୁଁ ଗରମରୁ ଲୋକଙ୍କୁ ତ୍ରାହି ମିଳିଛି। ଏନେଇ ଖପ୍ରାଖୋଲ ଅତିରିକ୍ତ ତହସିଲଦାର ସତ୍ୟ ସୁନ୍ଦର ରାଉତ ରାୟଙ୍କୁ ପଚାରିବାରୁ ଅଦିନିଆ ବର୍ଷା ଓ କୁଆ ପଥର ମାଡ ରେ କୌଣସି କ୍ଷୟ କ୍ଷତି ଅଭିଯୋଗ ମିଳିନଥିବା ପ୍ରକାଶ କରିଛନ୍ତି।