October 17, 2026

ନବୀନ ନିବାସରେ ରାତ୍ରୀଯାପନ କଲେ ବିଜେଡି ବିଧାୟକ

1 min read

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଓଡ଼ିଶାର ୪ଟି ଆସନ ପାଇଁ ମତଦାନ ହେବ। ଏଥି ପାଇଁ ରାଜନ‌ୈତିକ ମହଲରେ ଗରମାଗରମ ପରିସ୍ଥିତି ଦେଖାଯାଇଥିବା ବେଳେ ରାଜ୍ୟର ପ୍ରମୁଖ ୩ଟି ଦଳ (ବିଜେପି, ବିଜେଡି ଓ କଂଗ୍ରେସ) ନିଜନିଜ ଶିବିରରେ ବିଧାୟକମାନଙ୍କୁ ରଖିଛନ୍ତି। କଂଗ୍ରେସ ନିଜର ବିଧାୟକମାନଙ୍କୁ ବେଙ୍ଗାଲୁରୁର ଏକ ହୋଟେଲରେ ରଖିଥିବା ବେଳେ ବିଜେପି ବିଧାୟକମାନେ ପାରାଦୀପରେ ୨ଟି ରାତି ବିତାଇଛନ୍ତି। ତେବେ ବିଜେଡି ସୁପ୍ରିମୋଙ୍କ ଘରେ ଦଳୀୟ ବିଧାୟକମାନେ ରାତ୍ରୀଯାପନ କରିଛନ୍ତି। ବିଜେଡି ବିଧାୟକମାନେ ନବୀନ ନିବାସରେ ରାତ୍ରି ଯାପନ ବେଳେ ଖୋର୍ଦ୍ଧାଲୁଙ୍ଗି ଡ୍ରେସ କୋଡ୍ ସହିତ ଫଟୋ ଭାଇରାଲ ହୋଇଛି