ଢାଳିଲା କୁଆପଥର ବର୍ଷା
1 min read
ବାଲିପାଟଣା: ଆଜି ସକାଳୁ କୋହଲା ପାଗ ସାଙ୍ଗକୁ ପ୍ରଖର ବେଗରେ ଦକ୍ଷିଣା ପବନ ମାଡ଼ ହେଉଛି। ଦିନ ପ୍ରାୟ ୧୨ଟାରେ ବିଜୁଳି ଓ ଘଡ଼ଘଡ଼ି ଆରମ୍ଭ ହୋଇ ଯାଇଥିଲା। ଏହା ପରେ ବାଲିପାଟଣା ଛକ ଏବଂ ବଜାର, ଶିଶୁ ମଠସାହି, ଖମଙ୍ଗ ସହ ଆଖପାଖ ଅଞ୍ଚଳରେ ପ୍ରବଳ କୁଆପଥର ବର୍ଷା ଆରମ୍ଭ ହୋଇଥିଲା। ରାସ୍ତାଘାଟ, ଗାଁ ଗଣ୍ଡା ରାସ୍ତାରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ପୁଳାପୁଳା ବରଫ ଗଦା ହୋଇ ପଡ଼ିଥିଲା। ଆଜବେଷ୍ଟ, ଟିଣ ଛପରରେ କୁଆପଥର ପଡ଼ି ଗର୍ଜନ କରିଥିଲା। ପ୍ରାୟ ଅଧ ଘଣ୍ଟେ କାଳ କୁଆପଥର ବର୍ଷା ଛେଚି ଥିଲା। ଏବେ କୋହଲା ପାଗ ସାଙ୍ଗକୁ ପବନ ଭୟ ବଢ଼ାଇଛି। ଦୀର୍ଘ ଦିନ ବ୍ୟବଧାନ କୁଆପଥର ଦେଖିବାକୁ ଉତ୍ସାହ ବଢ଼ିଛି।


