ଅର୍ନ୍ତଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି୨୦ ବିଶ୍ବକପ୍-୨୦୨୬ର ପ୍ରଥମ ସେମିଫାଇନାଲ
1 min read
କୋଲକାତା: ଅର୍ନ୍ତଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି୨୦ ବିଶ୍ବକପ୍-୨୦୨୬ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଛନ୍ତି। ଏହି ମୁକାବିଲା କୋଲକାତାର ଇଡେନ ଗାର୍ଡେନ୍ସରେ ଜାରି ରହିଛି। ନ୍ୟୁଜିଲାଣ୍ଡ ଟିମ୍ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିଥିଲା। ମାର୍କୋ ଜାନସେନ ଜେନସନଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ଟି ୱିକେଟ୍ ହରାଇ ୧୬୯ ରନ୍ ସଂଗ୍ରହ କରିଛି। ଫଳରେ ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ୍ ବିଜୟ ପାଇଁ ୧୭୦ ରନ୍ର ଟାର୍ଗେଟ ମିଳିଛି।
ଦକ୍ଷିଣ ଆଫ୍ରିକା ପାଇଁ ମାର୍କେ ଜାନସେନ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୩୦ଟି ବଲ୍ର ସାମ୍ନା କରିଥିଲେ। ୨ଟି ଚୌକା ଏବଂ ୫ଟି ଛକା ବଳରେ ଅପରାଜିତ ପାଭିଲିଅନକୁ ଫେରିଥିଲେ। ଏଥି ସହିତ ସେ ତ୍ରିସ୍ତନ ଷ୍ଟବ୍ସଙ୍କ ସହିତ ୪୭ଟି ବଲ୍ରେ ୭୩ ରନ୍ର ଭାଗିଦାରୀ କରିପାରିଥିଲେ।


