April 15, 2026

‘ଦି କେରଳ ଷ୍ଟୋରି ୨-ଗୋଜ୍‌ ବିୟଣ୍ଡ’ଚଳଚ୍ଚିତ୍ର ମୁକ୍ତିଲାଭ ପାଇଁ ଅନୁମତି ଦେଇଛନ୍ତି

1 min read

କୋଚି: ‘ଦି କେରଳ ଷ୍ଟୋରି ୨-ଗୋଜ୍‌ ବିୟଣ୍ଡ’ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ କେରଳ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଗୁରୁବାର ୧୫ ଦିନ ପାଇଁ ସ୍ଥଗିତାଦେଶ ଲଗାଇଥିଲେ। ଶୁକ୍ରବାର ୨ ଜଣିଆ ଖଣ୍ଡପୀଠ ଚଳଚ୍ଚିତ୍ର ମୁକ୍ତିଲାଭ ପାଇଁ ଅନୁମତି ଦେଇଛନ୍ତି। ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ ସ୍ଥଗିତାଦେଶ ଲଗାଯିବାର କିଛି ଘଣ୍ଟା ମଧ୍ୟରେ ନିର୍ମାତା ବିପୁଲ ଅମୃତଲାଲ ଶାହ ଗୁରୁବାର ବିଳମ୍ବିତ ରାତିରେ ଅପିଲ୍‌ କରିଥିଲେ। ଜଷ୍ଟିସ୍‌ ସୁଶ୍ରୁତ ଅରବିନ୍ଦ ଧର୍ମାଧିକାରୀ ଏବଂ ପି.ଭି. ବାଲକ୍ରିଷ୍ଣନଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବା ପରେ ଶୁକ୍ରବାର ଉପରୋକ୍ତ ରାୟ ଦେଇଛନ୍ତି। ଫଳରେ ଚଳଚ୍ଚିତ୍ର ନିର୍ମାତା ଅମୃତଲାଲ୍‌ଙ୍କୁ ବଡ଼ ଆଶ୍ୱସ୍ତ ମିିଳିଛି।