February 26, 2026

ଏନସିଇଆରଟି ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ

1 min read

ନୂଆଦିଲ୍ଲୀ: ଏନସିଇଆରଟି ଉପରେ ସୁପ୍ରିମକୋର୍ଟ ଖପ୍ପା । ବିବାଦୀୟ ଚାପ୍ଟର ହଟାଇଥିଲେ ବି ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସଂସ୍ଥାର କ୍ଷମାକୁ ଗ୍ରହଣ କରାଯିବ ନାହିଁ ଏହି ଘଟଣା ପଛରେ ଷଡଯନ୍ତ୍ର ରହିଛି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ।

ରିପୋର୍ଚ ଅନୁସାରେ, ବୁଧବାର ସୁପ୍ରିମକୋର୍ଟ ଏନସିଇଆରଟି ଉପରେ ବର୍ଷିଥିଲେ । କାରଣ ଅଷ୍ଟମ ଶ୍ରେଣୀର ଏକ ବହିରେ ନ୍ୟାୟପାଳିକାରେ ଦୁର୍ନୀତି ବାବଦୀୟ ଏକ ଅଧ୍ୟାୟ ଥିଲା । ଯାହା କୋର୍ଟଙ୍କ ସମ୍ମାନହାନୀ କରୁଥିବା ପ୍ରଧାନ ବିଚାରପତି କହିଥିଲେ । ଏହାପରେ ସଂସ୍ଥା ବିବାଦୀୟ ଚାପ୍ଟରକୁ ହଟାଇଦେଇଛି । ତଥାପି ଏପରି ତ୍ରୁଟି ପାଇଁ ଅସନ୍ତୁଷ୍ଟ ଅଛନ୍ତି କୋର୍ଟ ।
ଗୁରୁବାର ଅର୍ଥାତ ଆଜି ପ୍ରଧାନ ବିଚାରପତି କହିଛନ୍ତି ଯେ, ଘଟଣାର ତଦନ୍ତ ହେବ । ଏହା ପଛରେ କିଏ ଦାୟୀ ତାହାର ଯାଞ୍ଚ କରାଯିବ । ଏହି କେସକୁ ବନ୍ଦ କରାଯିବ ନାହିଁ । ନ୍ୟାୟପାଳିକାକୁ ରକ୍ତାକ୍ତ କରାଯାଇଛି । ଏହା ଗୁରୁତର ବିଷୟ ଅଟେ । ସଂସ୍ଥା ନ୍ୟାୟପାଳିକା ଦୁର୍ନୀତିଗ୍ରସ୍ତ ବୋଲି ପିଲାଙ୍କୁ ଶିଖାଇବାକୁ ଚାହୁଁଛି କି ବୋଲି ପ୍ରଧାନ ବିଚାରପତି ପଚାରିଛନ୍ତି । ଏନସିଆଇରଟି ପକ୍ଷରୁ କୋର୍ଟରେ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେତାଙ୍କୁ କିଛି ଏପରି କହି ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି ।