ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଛାଡ଼ିଗଲା ଯାତ୍ରୀବାହୀ ବସ୍
1 min read
ସମ୍ବଲପୁର: ପୋଲ ୱାଲକୁ ଚଢ଼ିଗଲା ଯାତ୍ରୀବାହୀ ବସ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀl ସମ୍ବଲପୁର ବରଗଡ଼ ଜାତୀୟ ରାଜପଥ ଅତାବିରା ପାଖରେ ଥିବା ଦମଦମା ପୋଲର ସାଇଡ ୱାଲକୁ ଚଢ଼ିଗଲା ବଣ୍ଟି ନାମକ ଏକ ଘରୋଇ ବସ୍l ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରକୁ ଚଢ଼ିଯାଇଥିବ ସୂଚନା ମିଳିଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଯାତ୍ରୀl ଯାତ୍ରୀବାହୀ ବସ୍ରେ ୨୦ରୁ ୨୫ଜଣ ଯାତ୍ରୀ ଥିବା ଜଣା ପଡ଼ିଥିବା ବେଳେ ଆହତଙ୍କୁ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛିl କୌଣସି ଯାତ୍ରୀ ଗୁରୁତର ନଥିବା ତେବେ ବସଟି ସମ୍ବଲପୁରରୁ ବଲାଙ୍ଗୀର ଯାଉଥିଲା


