February 26, 2026

କଳିଙ୍ଗା ବି.ଇଡି କଲେଜରେ ଓଡ଼ିଆ ଭାଷା ସମ୍ପାନ ଅନୁଷ୍ଠିତ

1 min read

ଘୁ.ଉଦୟଗିରି: କଳିଙ୍ଗା ବି.ଇଡି କଲେଜରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପ୍ରାୟୋଜିତ ସଂସ୍କୃତି, ପରମ୍ପରା ଓ ସାହିତ୍ୟ ବିଷୟ ଆଧାର କରି ଓଡ଼ିଆ ଭାଷା ସମ୍ପାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ପ୍ରତିଷ୍ଠାନର ସ୍ଵତନ୍ତ୍ର କାର୍ଯ୍ୟରତ ଅଧିକାରୀ ଡଃ ସିଦ୍ଧାର୍ଥ ଶଙ୍କର ପାଢ଼ୀ ମୁଖ୍ୟ ଅତିଥି ଭାବରେ, ଡଃ ଲମ୍ବୋଦର ପାଣିଗ୍ରାହୀ ଅବସର ପ୍ରାପ୍ତ ଅଧ୍ୟାପକ ମୁଖ୍ୟ ବକ୍ତା ଭାବରେ, ଡଃ ବନମାଳୀ ପାଣିଗ୍ରାହୀ ଓ ଡଃ ନଳିନୀ କୁମାର ପାଣଗ୍ରାହୀ, ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଭାରତୀୟ ସଂସ୍କୃତିର ମହାନ ଅନୁଭବକୁ ପ୍ରକାଶ କରିଥିଲେ। ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦୀପକ କୁମାର ମହାନ୍ତି ସଭାପତିତ୍ବ କରିଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୁଲ୍ୟରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଶିକ୍ଷକ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସମ୍ପାନ ସଭାକୁ ଆସିଷ୍ଟାଣ୍ଟ ପ୍ରଫେସର ବିକ୍ରମ କୁମାର ପ୍ରଧାନ ପରିଚାଳନା କରିଥିଲେ। ଏଥିରେ ଅନୁଷ୍ଠାନର ସମସ୍ତ ପ୍ରାଧ୍ୟାପକ ଓ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ।