February 25, 2026

ମୁମ୍ବାଇରୁ ଧରାପଡ଼ିଲେ ସାଇବର ଅପରାଧୀ

1 min read

ବରଗଡ଼: ମୁମ୍ବାଇରୁ ଧରାପଡ଼ିଲେ ସାଇବର ଅପରାଧୀ। ଜଣେ ଯୁବତୀ ସହିତ ଚାରିଜଣ ଗିରଫ। ସେମାନଙ୍କ ନିକଟରୁ ନଗଦ ୭ ଲକ୍ଷ ଟଙ୍କା, ବ୍ୟାଙ୍କ ପାସବୁକ, ବ୍ୟାଙ୍କ ଚେକ, ଏଟିମ କାର୍ଡ ଓ ମୋବାଇଲ ଫୋନ ଜବତ କରିଛି ବରଗଡ଼ ପୁଲିସ l ଅଭିଯୁକ୍ତମାନେ ହେଲେ ମୁମ୍ବାଇର ରାକେଶ ମଣ୍ଡଳ, ମହମଦ ଋଜୁଆନ, ଚାନ୍ଦିନୀ ଅଗ୍ରୱାଲ, ସିଦ୍ଧେଶ୍ବର ପଟ୍ଟନାୟକ। ସେମାନଙ୍କୁ ପଦ୍ମପୁରରୁ ଗିରଫ କରାଯାଇଛି ବୋଲି ବରଗଡ଼ ଏସପି ସୂଚନା ଦେଇଛନ୍ତି।