February 22, 2026

ତେଜିଲା ଓଡିଶା କ୍ରିକେଟ ଆସୋସିଏସନ ନିର୍ବାଚନ

1 min read

ଭୁବନେଶ୍ୱର: ତେଜିଲା ଓଡିଶା କ୍ରିକେଟ ଆସୋସିଏସନ ନିର୍ବାଚନ କଳି। ଜେନେରାଲ ବଡି ବୈଠକକୁ ବୟକଟ କରିଛନ୍ତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ବୈଠକକୁ ବୟକଟ କରି ଗଣମାଧ୍ୟମ ଆଗରେ ବର୍ଷିଲେ ଲଳିତେନ୍ଦୁ । ନିୟମକୁ ଉଲଘଂନ କରି ନିର୍ବାଚନ ଘୁଞ୍ଚାଇବାକୁ ଚେଷ୍ଟା କରାଯାଉଛି।ଲୋଧା କମିଟି ରିପୋର୍ଟ ଅନୁସାରେ ୧୬ଟି ସଂଘର ନିର୍ବାଚନ କରିସାରିଲେଣି। ଓସିଏ ନିର୍ବାଚନ ନ କରି ଘୁଞ୍ଚାଉଥିବା ନେଇ ଅଭିଯୋଗ କରିଛନ୍ତି ଲଳିତେନ୍ଦୁ । ମୁଁ ଏହାକୁ ବିରୋଧ କରି ବୟକଟ କରୁଛି। ବିସିସିଆଇ କୁ ମଧ୍ୟ ଏ ପ୍ରସଙ୍ଗରେ ଅବଗତ କରାଇବି। ଦରକାର ପଡି​‌ଲେ ଆଇନର ଆଶ୍ରୟ ନେବି ।କିଛି ଲୋକ ଦୀର୍ଘ ବର୍ଷ ହେଲା ଓସିଏକୁ କବଜା କରି ରଖିଛନ୍ତି। ଓସିଏରେ ଅନେକ ଆର୍ଥିକ ଅନିୟମିୟତା ହୋଇଛି। ସ୍ପେଶାଲ ଅଡିଟ ହେଉ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତଦନ୍ତ ପାଇଁ ଦାବି କରିବି।