February 19, 2026

କମୁଛି ଭାରତୀୟଙ୍କ ବ୍ୟାଙ୍କ ଜମା, ବଢ଼ୁଛି ମ୍ୟୁଚୁଆଲ୍‌ ଫଣ୍ଡରେ ନିବେଶ

1 min read

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ମ୍ୟୁଚୁଆଲ୍‌ ଫଣ୍ଡରେ ନିବେଶ ପାଇଁ ବ୍ୟାଙ୍କ ଗ୍ରାହକମାନଙ୍କ ଆଗ୍ରହ ବଢ଼ିଛି। ଅନ୍ୟପକ୍ଷରେ ବ୍ୟାଙ୍କରେ ଜମା ରଖୁଥିବା ଅର୍ଥ ହ୍ରାସ ପାଉଛି। ଭାରତୀୟ ପରିବାରଗୁଡ଼ିକ ସେମାନଙ୍କ ସଞ୍ଚିତ ଅର୍ଥ ଜମା ଓ ନିବେଶ କରିବାର ସମୀକରଣରେ ଘୋର ପରିବର୍ତ୍ତନ ଆସିଥିବା ପରିଲକ୍ଷିତ ହୋଇଛି। ଏକ ତଥ୍ୟ ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତୀୟ ପରିବାରଗୁଡ଼ିକର ଆର୍ଥିକ ସମ୍ପତ୍ତିର ହାରାହାରି ୩୩ ପ୍ରତିଶତ ବ୍ୟାଙ୍କ ଜମା ଆକାରରେ ଥିଲା। ଏହି ସମୟରେ ଏହି ସମ୍ପତିର ମାତ୍ର ୭ ପ୍ରତିଶତ ମ୍ୟୁଚୁଆଲ୍‌ ଫଣ୍ଡ ଓ ଇକୁଇଟି ନିବେଶ ହୋଇଥିଲା। କିନ୍ତୁ ଏବେ ଚିତ୍ର ପୂରା ଓଲଟିଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ପରିବାରଗୁଡ଼ିକର ସମ୍ପତ୍ତିର ୩୩ ପ୍ରତିଶତ ଇକ୍ୟୁଟି ଓ ମ୍ୟୁଚୁଆଲ୍‌ ଫଣ୍ଡରେ ନିବେଶ ହୋଇଥିବାବେଳେ ବ୍ୟାଙ୍କରେ ମାତ୍ର ୭ ପ୍ରତିଶତ ସମ୍ପତ୍ତି ଜମା ରହୁଛି।