February 15, 2026

ସ୍କୁଲ୍‌ ପରିସରରେ ଜଣେ ଦଶମ ଶ୍ରେଣୀ ଛାତ୍ର ଟଳି ପଡିଛନ୍ତି

1 min read

ଖଲ୍ଲିକୋଟ: ଆଜି ପବିତ୍ର ମହାଶିବରାତ୍ରୀ ଅବସରରେ ସବୁଠି ଉତ୍ସବମୁଖର ପରିବେଶ ଥିବାବେଳେ ଗଞ୍ଜାମ ଖଲ୍ଲିକୋଟରେ ବଡ ଅଘଟଣ ସାମ୍ନାକୁ ଆସିଛି। ସ୍କୁଲ୍‌ ପରିସରରେ ଜଣେ ଦଶମ ଶ୍ରେଣୀ ଛାତ୍ର ଟଳି ପଡିଛନ୍ତି। ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସର ହଷ୍ଟେଲ୍‌ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆଜି ସକାଳୁ ଛାତ୍ର ଜଣକ ହଠାତ୍ ଅଚେତ ହୋଇପଡ଼ିଥିଲେ। ପରେ ଗୁରୁତର ଅବସ୍ଥାରେ ଛାତ୍ର ଜଣଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନଥିବାବେଳେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ବିଧାୟକ ଏବଂ ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଛନ୍ତି।