ବ୍ୟାଙ୍କର ପୂର୍ବତନ ସମ୍ପାଦକ ଭୃଗୁରାମ ପ୍ରଧାନ ଶୁକ୍ରବାର ଦିନ ନିଜ ବାସଭବନରେ ଝୁଲନ୍ତା ମୃତଦେହ ଉଦ୍ଧାର
1 min read
ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ରହୁଥିବା ଆନନ୍ଦପୁର କାର୍ଡ଼ ବ୍ୟାଙ୍କର ପୂର୍ବତନ ସମ୍ପାଦକ ଭୃଗୁରାମ ପ୍ରଧାନ (୬୮) ଶୁକ୍ରବାର ଦିନ ନିଜ ବାସଭବନରେ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ସେ ରଶି ଲଗାଇ ଜୀବନ ହାରିଥିବା ସନ୍ଦେହ କରାଯାଉଛି। ସ୍ଵର୍ଗତ ପ୍ରଧାନ ଦୀର୍ଘ ବର୍ଷଧରି ପୌର କାର୍ଯ୍ୟାଳୟ ଚୟ ସମ୍ମୁଖରେ ଏକ ଘରେ ରହି ଆସୁଥିବା ବେଳେ ଆନନ୍ଦପୁର କାର୍ଡ଼ବ୍ୟାଙ୍କର ସମ୍ପାଦକ ଭାବେ କାର୍ଯ୍ୟକରି ଅବସର ନେଇଥିଲେ। ତାଙ୍କର ଧର୍ମପତ୍ନୀଙ୍କର ପୂର୍ବରୁ ଦେହାନ୍ତ ହୋଇଯାଇଥିବା ବେଳେ ଏକମାତ୍ର ପୁତ୍ର ଓ କନ୍ୟା ବାହାରେ ଚାକିରି କରି ରହୁଥିବାରୁ ସେ ଏକୁଟିଆ ଘରେ ରହୁଥିଲେ। ଶୁଣିବାକୁ ମିଳେ ବ୍ୟକ୍ତିଗତ ଭାବେ ଲକ୍ଷଲକ୍ଷ ଟଙ୍କା ଋଣ ଭାରରେ ଥିବାରୁ ବିଭିନ୍ନ ସମୟରେ ଟଙ୍କା ଦେଇଥିବା ଲୋକମାନେ ତାଙ୍କୁ ତାଗିଦ୍ କରୁଥିଲେ। ଏହାକୁ ନେଇ ସେ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ରହୁଥିବା ବେଳେ ଆଜି ଅପରାହ୍ନରେ ଘର ଅଗଣାରେ ମୃତଦେହ ଝୁଲୁଥିବା ଜଣା ପଡିଥିଲାl ଆନନ୍ଦପୁର ପୁଲିସ ପହଞ୍ଚି ଘଟଣା ର ତଦନ୍ତ କରୁଛିl


