September 27, 2026

ସେନ୍‌ସେକ୍ସ ୫୦୩, ନିଫ୍ଟି ୧୩୩ ପଏଣ୍ଟ୍‌ ଖସିଲା

1 min read

ମୁମ୍ବାଇ: ନିବେଶକମାନେ ସେୟାର ବିକ୍ରି କରିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ଓ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ହ୍ରାସ ସହ ବନ୍ଦ ହୋଇଛି। ସେନ୍‌ସେକ୍ସ ୫୦୩ ପଏଣ୍ଟ ହ୍ରାସ ପାଇ ୮୩,୩୧୩ ପଏଣ୍ଟକୁ ଖସିଆସିଥିବା ବେଳେ ନିଫ୍ଟି ୧୩୩ ପଏଣ୍ଟ ହ୍ରାସ ପାଇ ୨୫,୬୪୨ ପଏଣ୍ଟ‌ରେ ବନ୍ଦ ହୋଇଛି। ଆଜି ନିବେଶକମାନେ ଧାତବ, ରିଅଲ ଇଷ୍ଟେଟ୍‌ ଓ ଅଟୋମୋବାଇଲ୍‌ କମ୍ପାନିଗୁଡ଼ିକର ସେୟାର ବିକ୍ରି କରିଥିଲେ। ପ୍ରତିରକ୍ଷା, ଗଣମାଧ୍ୟମ ଓ ବ୍ୟାଙ୍କ କ୍ଷେତ୍ରରେ ସେୟାର ବିକ୍ରି ସୀମିତ ଥିଲା। ନିଫ୍ଟିରେ ମିଡ୍‌କ୍ୟାପ୍‌, ଆଇଟି, ବ୍ୟାଙ୍କ ଓ ଅଟୋମୋବାଇଲ୍‌ ସୂଚୀରେ ହ୍ରାସ ଘଟିଛି। ଷ୍ଟକ୍‌ ବଜାରରେ ସାଫାୟାର ଫୁଡ୍‌ସ, ପଲିସି ବଜାର, ସେଞ୍ଚୁରି ଟେକ୍ସଟାଇଲ୍‌, ଜେଏସ୍‌ଡବ୍ଳ୍ୟୁ ସିମେଣ୍ଟ, ଜୁବିଲାଣ୍ଟ୍‌ ଫୁଡ୍‌, ଫୋର୍ସ ମୋଟର୍ସ, ହ୍ବିର୍ଲପୁଲ ଇଣ୍ଡିଆ, ବିର୍ଲାସଫ୍ଟ, କମିନସ ଇଣ୍ଡିଆ, ବ୍ଲୁଡାର୍ଟ, ଟ୍ରେଣ୍ଟ, ପେଜ୍‌ ଇଣ୍ଡଷ୍ଟ୍ରିଜ୍‌ର ସେୟାର ମୂଲ୍ୟ ବଢ଼ିଛି। ସେହି ସମୟରେ ଆଇଡିବିଆଇ ବ୍ୟାଙ୍କ, ଡିବି ରିଅଲ୍‌ଟି, ଜେଏମ୍‌ ଫାଇନାନ୍ସିଆଲ୍‌, ରିଲାଏନ୍ସ ଇନ୍‌ଫ୍ରା, ବେଦାନ୍ତ, ହିନ୍ଦୁସ୍ତାନ ଜିଙ୍କ, ହାଲ୍‌, ସୁଜଲନ ଏନର୍ଜି, ମୁଥୁଟ୍‌ ଫାଇନାନ୍ସ, ଏନବିସିସି, ଗେଲ୍ ଓ ହିଣ୍ଡାଲ୍‌କୋ ଆଦି କମ୍ପାନିର ସେୟାର ମୂଲ୍ୟ କମିଛି।