February 5, 2026

ଗଞ୍ଜାମ ଜିଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

1 min read

ପୁରୁଷୋତ୍ତମପୁର,୩ା୨: ଗଞ୍ଜାମ ଜିଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠରେ ମଙ୍ଗଳବାର ଅପରାହ୍ନ ୧୨ଟା ସମୟରେ ପହଞ୍ଚି ମା’ଙ୍କ ଦର୍ଶନ କରିବା ସହ ଅଧଘଣ୍ଟାଏ ଧରି ପୂଜାର୍ଚ୍ଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାସହ ଓଡ଼ିଶାବାସୀଙ୍କ ମଙ୍ଗଳକାମନା କରିଛନ୍ତି ।

ତେବେ ମୁଖ୍ଯମନ୍ତ୍ରୀଙ୍କ ସମେତ ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡ଼ା, ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ମତ୍ସପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆସିକା ଏମପି ଅନିତା ପ୍ରିୟଦର୍ଶନୀ, କବିସୂର୍ଯ୍ଯଗର ବଧାୟକ ପ୍ରତାପଚନ୍ଦ୍ର ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଜଜ୍ଞନାରାୟଣ ଦାଶ, ଅନିଲକୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସେଠାରୁ ଯାଇ କନ୍ଯା ବିବାହ ଯୋଜନା କାର୍ଯ୍ଯକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।