February 5, 2026

ଗଞ୍ଜାମରେ ବଢ଼ିଲା କୃଷ୍ଣସାର ମୃଗଙ୍କ ସଂଖ୍ୟା

1 min read

ଗଞ୍ଜାମ,୩।୨:ଗଞ୍ଜାମରେ ବୃଦ୍ଧି ପାଇଛି କୃଷ୍ଣସାର ମୃଗଙ୍କ ସଂଖ୍ୟା। ଏ ନେଇ ପିସିସିଏଫ ବନ୍ୟପ୍ରାଣୀ ଏକ୍ସରେ ସୂଚନା ଦେଇଛନ୍ତି। ପ୍ରଶିକ୍ଷିତ ଟିମ, ଡ୍ରୋନ ଓ AI ସହାୟତାରେ ଗଣନା ପରେ ସେ ଏହି ସୂଚନା ଦେଇଛନ୍ତି। ଗତବର୍ଷ ତୁଳନାରେ ୪୯୮ କୃଷ୍ଣସାର ମୃଗଙ୍କ ସଂଖ୍ୟା ବଢିଛି। ୨୦୨୫ରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ୮୭୮୯ ରହିଥିଲା। ଚଳିତ ବର୍ଷ ବୃଦ୍ଧି ପାଇ ୯୨୮୭ରେ ପହଞ୍ଚିଥିବା ସୂଚନା ମିଳିଛି