February 1, 2026

ଆତ୍ମରକ୍ଷା କୌଶଳର ଗୁରୁତ୍ୱ ଓ ନାରୀ ସଶକ୍ତୀକରଣକୁ ଲକ୍ଷ୍ୟ କରି ଆୟୋଜିତ ଆତ୍ମରକ୍ଷା ତାଲିମ୍ ଶିବିରର ଉଦଯାପନୀ କାର୍ଯ୍ୟକ୍ରମ

1 min read

ନବରଙ୍ଗପୁର: ଆତ୍ମରକ୍ଷା କୌଶଳର ଗୁରୁତ୍ୱ ଓ ନାରୀ ସଶକ୍ତୀକରଣକୁ ଲକ୍ଷ୍ୟ କରି ଆୟୋଜିତ ଆତ୍ମରକ୍ଷା ତାଲିମ୍ ଶିବିରର ଉଦଯାପନୀ କାର୍ଯ୍ୟକ୍ରମ ସଫଳତାର ସହିତ ସରକାରୀ ସ୍ନାତକ ଆଦର୍ଶ ମହାବିଦ୍ୟାଳୟ ଓ ମହିଳା ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ଉତ୍ସାହର ସହିତ ଅଂଶଗ୍ରହଣ କରି ଆତ୍ମରକ୍ଷା ସମ୍ପର୍କୀୟ ପ୍ରାୟୋଗିକ କୌଶଳର ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ସରକାରୀ ସ୍ନାତକ ଆଦର୍ଶ ମହାବିଦ୍ୟାଳୟ ଅଧ୍ୟକ୍ଷ ବିନୋଦ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡିଏସପି ସରୋଜ ପୁନମ୍ କି‌ସପଟ୍ଟା, ସମ୍ମାନୀତ ଅତିଥି ଭାବେ ସିଡିପିଓ ମୀନତୀ ନାୟକ, ସମ୍ବାଦର ଜିଲ୍ଲାପ୍ରତିନିଧି ସୁରେଶ ନାଇଡୁ ପ୍ରମୁଖ ଯୋଗ ଦେଇ ଛାତ୍ରୀମାନେ କିଭଳି ନିଜେ ସୁରକ୍ଷିତ ହେବା ସହ ଅନ୍ୟମାନଙ୍କୁ ନିଜ ଅଭିଞତାକୁ ବାଣ୍ଟିବାକୁ କହିଥିଲେ।

ବାଲ୍ୟବିବାହ ରୋକିବା ଦିଗ‌ରେ ପ୍ରମୁଖ ଭୂମିକା ଗ୍ରହଣ କରିବା, ସାଇବର ଅପରାଧ ଆଦି ସମ୍ପର୍କରେ ସଚେତନତା ସୃଷ୍ଟ କରିଥିଲେ। ଆସିଷ୍ଟାଣ୍ଟ ପ୍ରୋଫେସର ଡ.ନୀଳକଣ୍ଟ ତ୍ରିପାଠୀ, ଡ.ପୁଷ୍ପାଂଜଳି ମହାରାଣା, ଡ.ଅମୃତଜ୍ୟୋତି ମହାନ୍ତି, ଜି.ଜୟପ୍ରକାଶ, ପଲ୍ଲବୀ ସାହୁ, ବିକ୍ରମ ଭକ୍ତ, ଅଭିରାମ, ମାଷ୍ଟର ଟ୍ରେନର ସଙ୍ଗୀତା ରାଉତ, ଅନିତା ପ୍ରଧାନ, ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜିକା ସହକାରୀ ପ୍ରଫେସର ଦୁଲ୍ଲାରୀ କିସ୍କୁ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଅଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ୨ଟି ପର୍ଯ୍ୟାୟରେ ୨୨୪ଜଣ ତାଲିମ ନେଇଥିବା ସୂଚନା ଦେଇଥିଲେ। ସେହିପରି ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷା ମାଲେଶ୍ୱରୀ ସାହୁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଜୟପୁରର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଗୋପାଳ ହାଲଦାର , ସମ୍ମାନିତ ଅତିଥି ଭାବେ ଅତିରିକ୍ତ ନିର୍ଦ୍ଦେଶକ ଡ.ମହେନ୍ଦ୍ର କୁମାର ଭୋଇ ଉପସ୍ଥିତ ରହି ନିଜ ଉଦବୋଧନରେ ଯୁବପିଢ଼ିଙ୍କ ପାଇଁ ଏହି ପ୍ରଶିକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଶିବିରର ମାଷ୍ଟର ଟ୍ରେନର ଭାବେ ରଇଲା ଭତ୍ରା ଓ ରାଜେଶ୍ୱରୀ ନାୟକ ଯୋଗ ଦେଇଥିଲେ। ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିରରକୁ ସଂଯୋଜିକା ଡ. ସଂଯୁକ୍ତା ପଣ୍ଡା ପରିଚାଳନା କରିଥିଲେ।