January 29, 2026

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପାର୍ଥିବ ଶରୀର ଆଜି ଶେଷକୃତ୍ୟ କରାଯାଇଛି

1 min read

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପାର୍ଥିବ ଶରୀର ଆଜି ଶେଷକୃତ୍ୟ କରାଯାଇଛି। ଅଜିତ ପାୱାରଙ୍କ ଶେଷକୃତ୍ୟ ଗୁରୁବାର ଦିନ ବାରାମତୀର ବିଦ୍ୟା ପ୍ରତିଷ୍ଠାନରେ କରାଯାଇଛି। ଶବଦାହ ଯାତ୍ରା ସକାଳ ୯ଟାରେ ଆରମ୍ଭ ହୋଇଥିଲା ଏବଂ ଦିନ ୧୨ଟାରେ ଶବଦାହ କରାଯାଇଥିଲା। ସୂଚନାଯୋଗ୍ୟ, ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଥିଲା। ବାରାମତୀ ବିମାନବନ୍ଦରରେ ଅବତରଣ କରୁଥିବା ସମୟରେ ଅଜିତ ପାୱାରଙ୍କ ଚାର୍ଟର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଅଜିତ ପାୱାର ଏବଂ ବିମାନରେ ଥିବା ଅନ୍ୟ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ମହାରାଷ୍ଟ୍ର ସରକାର ରାଜ୍ୟରେ ତିନି ଦିନିଆ ଶୋକ ଘୋଷଣା କରିଛନ୍ତି।