August 11, 2026

ଧାମରା ରାସ୍ତାର ପାରପୋଖରି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

1 min read

ବାସୁଦେବପୁର: ଭଦ୍ରକ ଜିଲା ବାସୁଦେବପୁର ଧାମରା ରାସ୍ତାର ପାରପୋଖରି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୋମବାର ରାତି ପ୍ରାୟ ଏଗାରଟା ସମୟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ଦୁଇ ମୃତ ଯୁବକ ହେଲେ ଯାଜପୁର ଜିଲା ସୁକିନ୍ଦା ଥାନା ଅଧିନସ୍ଥ ବୈରିମାଳ ଗାଁର ଚିନ୍ମୟ ମଲ୍ଲିକ ଓ ଦୀପକ ରାଉତ । ସେମାନେ ସ୍ଥାନୀୟ ଅଞ୍ଚଳରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ।

ଖବର ଅନୁସାରେ, ସେମାନେ ଏକ ବାଇକ ଯୋଗେ ବିରସ ଛକରୁ ବାସୁଦେବପୁର ଆଡ଼କୁ ଆସୁଥିବା ବେଳେ ଏକ ଅଜଣା ଆଇରନ ବୋଝେଇ ଟ୍ରକ୍ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଗୁରୁତର ଅବସ୍ଥାରେ ଦୁଇ ଯୁବକଙ୍କୁ ବାସୁଦେବପୁର ଡାକ୍ତର ଖାନା ଅଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ଦୁଇ ମୃତଦେହକୁ ବାସୁଦେବପୁର ଡାକ୍ତରଖାନାରେ ରଖାଯାଇଛି। କସିଆ ସାମୁଦ୍ରିକ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।