March 10, 2026

ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର

1 min read

ରାୟଗଡା: ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ ବିରୋଧକରି ମୁନିଗୁଡା ଥାନା ଅନ୍ତର୍ଗତ ତେଲେଙ୍ଗାପଦରଠାରୁ ଚନ୍ଦ୍ରପୁର ରାସ୍ତାରେ ଏହି ବ୍ୟାନର ଲାଗିଥିଲା। ବ୍ୟାନରରେ ରାୟଗଡା ଅଞ୍ଚଳ ବଂଶଧାରା ଘୁମୁସର ନାଗାବଳୀ (ବାଘୁନା) ଅଧୀନରେ ଆସୁଥିବାବେଳେ ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ଉଲ୍ଲେଖ ରହିଛି। ମୁନିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ବ୍ୟାନରକୁ ଜବତ କରିଛି । କିଛିଦିନର ନୀରବତା ପରେ ଏହି ବ୍ୟାନର ଲାଗିବା ପରେ ଅଞ୍ଚଳରେ ଏବେ ମାଓବାଦୀଙ୍କ ଉପସ୍ଥିତି ଥିବା ଅନୁମାନ କରାଯାଉଛି। ଅନ୍ୟପଟେ ବ୍ୟାନରକୁ ନେଇ ପୋଲିସ ଚିନ୍ତାରେ ପଡିଛି। ଏହି ବ୍ୟାନର ମାଓବାଦୀ ସମର୍ଥକ ଲଗାଇଥିବା ପୋଲିସ ଅନୁମାନ କରୁଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି।