January 24, 2026

ଜାତୀୟ ପାରା ଶକ୍ତିଉତ୍ତୋଳନରେ ଶ୍ୟାମ ଓ ସରୋଜିନୀଙ୍କ ଚମକ

1 min read

ଭୁବନେଶ୍ବର: ଉତ୍ତରଖଣ୍ଡର ରୁର୍‌କିଠାରେ ଚଳିତ ଜାନୁଆରି ୧୭ ଓ ୧୮ ଦୁଇ ଦିନ ଧରି ଆୟୋଜିତ ୨୩ତମ ବରିଷ୍ଠ, ୧୮ତମ କନିଷ୍ଠ ଓ ଦ୍ବିତୀୟ ଉପକନିଷ୍ଠ ଜାତୀୟ ପାରା ଶକ୍ତିଉତ୍ତୋଳନରେ ଓଡ଼ିଶାର ଶ୍ୟାମ ମରାଣ୍ଡି ଓ ସରୋଜିନୀ ପରିଡ଼ା ଯଥାକ୍ରମେ କାଂସ୍ୟ ଓ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଶ୍ୟାମ ୫୯ କିଲୋଗ୍ରାମ ପୁରୁଷ ବର୍ଗରେ ୫୦ କିଲୋଗ୍ରାମ ଭାର ଉଠାଇ ତୃତୀୟ ସ୍ଥାନରେ ରହିବା ସହ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିଭଳି ସରୋଜିନୀ ଉପକନିଷ୍ଠ ମହିଳାର ୫୫ କିଲୋଗ୍ରାମରେ ୨୦ କିଲୋଗ୍ରାମ ଭାରଉତ୍ତୋଳନ ସହ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ବିଜୟିନୀ ହୋଇଥିଲେ। ଏହି ସଫଳତା ଲାଗି ଉଭୟଙ୍କୁ ପାରା ସ୍ପୋର୍ଟସ ଆସୋସିଏସନ୍ ଅଫ୍ ଓଡ଼ିଶା ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।