January 23, 2026

ଇସ୍ରୋ ଉତ୍‌କ୍ଷେପଣ କଲା ‘ଅନ୍ୱେଷା’

1 min read

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଇତିହାସ ସୃଷ୍ଟି କରିଛି। ଆଜି ସକାଳ ୧୦ଟା ୧୮ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ PSLV-C62 ରକେଟ୍ ‘ଅନ୍ବେଷା’ ଉତକ୍ଷେପଣ କରିଛି। PSLV-C62 ମିଶନ କେବଳ ଏକ ନିୟମିତ ଉତ୍କ୍ଷେପଣ ନୁହେଁ, ବରଂ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମହାକାଶ ମିସନ।

ସୂର୍ଯ୍ୟ-ସମକାଳୀନ ଧ୍ରୁବୀୟ କକ୍ଷପଥରେ ୧୬ଟି ଉପଗ୍ରହକୁ ନେଇ ଇସ୍ରୋର ‘ୱାର୍କହର୍ସ’ ବିଶ୍ୱ କ୍ଷୁଦ୍ର-ଉପଗ୍ରହ ଉତ୍କ୍ଷେପଣ ବଜାରରେ ଭାରତର ବଢ଼ୁଥିବା ପ୍ରାଧାନ୍ୟ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ।