ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଏନ୍ଏସଏସ ର ଦିଗ୍ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ
1 min read
ଭୁବନେଶ୍ଵର: ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ପୁରୁଷ ଓ ମହିଳା ଶାଖା ଜାତୀୟ ସେବା ଯୋଜନା ( ଏନ ଏସ ଏସ)ପକ୍ଷରୁ ଦିଗ୍ ଦର୍ଶନ କାର୍ଯ୍ୟକ୍ରମ ପରିଷଦ ଭବନ ର ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହେଇ ଯାଇଅଛି। ଏହି କାର୍ଯ୍ୟକ୍ରମ ରେ ସ୍ନାତକୋତ୍ତର ପରିଷଦ ର ଅଧ୍ୟକ୍ଷା ପ୍ରଫେସର ମିତାଲି ଚିନାରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରିଥଲେ ଏବଂ ଏନଏସଏସ ସ୍ବେଚ୍ଛାସେବୀ ଙ୍କୁ ସମାଜ ଗଠନ ରେ ଭୂମିକା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବରେ ପ୍ରଫେସର ବ୍ରଜ ନାରାୟଣ ପାତ୍ର, ଏନଏସଏସ ସଂଯୋଜକ, ଉତ୍କଳ ବିଶ୍ଵବିଦ୍ୟାଳୟ ,ସମାଜ ରେ ସ୍ବେଚ୍ଛାସେବୀ ଙ୍କ ସେବା ଉପରେ ମାର୍ଗଦର୍ଶନ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଓୟୁଏଟି ଭୁବନେଶ୍ବର ଏନଏସଏସ ତାଲିମ ଶିକ୍ଷାନୁଷ୍ଠାନ ର ସହାୟକ ସଂଯୋଜକ ନିରଦ ବରଣ ଖୁଣ୍ଟିଆ ନିଜର ଉପାଦେୟ ବକ୍ତବ୍ୟ ପ୍ରଦାନ ରେ ସ୍ବେଚ୍ଛାସେବୀ ମାନଙ୍କୁ ସେବା ପାଇଁ କିପରି ମନଯୋଗୀ ହେବେ ସେ ଉପରେ ପ୍ରେରଣା ଦେଇଥିଲେ। ଏହା ପରେ କାର୍ଯ୍ୟକ୍ରମ ର ପ୍ରଥମ ଭାଗରେ ସତ୍ୟଶ୍ରୀ ସୋମ୍ୟକାନ୍ତ ମହାପାତ୍ର, ପ୍ରତିଷ୍ଠାତା ସଭାପତି, ଅହିଂସା ବିଚାର ଫାଉଣ୍ଡେସନ ସମାଜସେବା ଉପରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ସମସ୍ତଙ୍କୁ ଯୁବ ସମାଜର ଉପାଦେୟ ଉପରେ ବିଭିନ୍ନ ଉଦାହରଣ ପ୍ରଦାନ କରିଥିଲେ। ଏହାର ଦ୍ୱିତୀୟ ଭାଗରେ ବିଶିଷ୍ଟ ସମାଜସେବୀ, ଲେଖକ ଏବଂ ବିଭିନ୍ନ ସମ୍ମାନ ରେ ସମ୍ମାନିତ ଡଃ ମହମ୍ମଦ ଅଲ୍ଲୀ ଖାନ ନିଶା ମୁକ୍ତ ଭାରତ ଅଭିଯାନ ଉପରେ ସ୍ଵେଚ୍ଛାସବୀ ଙ୍କୁ ଧ୍ୟାନ ଆକର୍ଷଣ କରି ଏହାର କୁପ୍ରଭାବ ରୁ କେମିତି ଦୂରେଇ ହେବ ଏବଂ ସମାଜ କୁ ଏହା କେବଳ ରୁ କିପରି ରକ୍ଷା କରି ହେବ, ତାହା ଉପରେ ଏକ ଦୀର୍ଘ ଆଲୋଚନା କରିଥିଲେ। ପ୍ରାରମ୍ଭ ରେ ଏନ୍ଏସଏସ ପ୍ରୋଗ୍ରାମ ଅଫିସର (ପୁରୁଷ )ଡଃ ଶାନ୍ତି ସ୍ଵରୂପ ସାହୁ ଅତିଥି ପରିଚୟ ଦେବା ସହ ଯୁବକ ଏବଂ ସମାଜ ମଧ୍ୟରେ ସମ୍ବଧ ଉପରେ ଆଲୋକପାତ କରିଥିଲେ। ଶେଷରେ ଏନ୍ଏସଏସ ପ୍ରୋଗ୍ରାମ ଅଫିସର (ମହିଳା) ଡଃ କବିତା ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଏନ୍ଏସଏସ ଉତ୍କଳ ବିଶ୍ଵବିଦ୍ୟାଳୟ ବ୍ୟୁରୋ ର କର୍ମଚାରୀ ପ୍ରଶାନ୍ତ ମହାରଣା, ଅନ୍ୟାନ୍ୟ କର୍ମଚାରୀ, ସ୍ନାତକୋତ୍ତର ପରିଷଦ ର କର୍ମଚାରୀ ଗଣ ଏବଂ ବିଭିନ୍ନ ବିଭାଗର ସ୍ଵେଚ୍ଛାସବୀ ଅଗ୍ରଣୀ ଭାବରେ ଯୋଗଦାନ କରି ଏହି କାର୍ଯ୍ୟକ୍ରମ ର ସଫଳ ରୂପାୟନ ରେ ସହଯୋଗ କରିଥିଲେ।


