December 29, 2025

ନ୍ୟାସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ ୨୦୨୬ ମସିହା ପାଇଁ ଏହାର ଛୁଟି କ୍ୟାଲେଣ୍ଡର ପ୍ରକାଶ

1 min read

ଭୁବନେଶ୍ୱର: ନ୍ୟାସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ ୨୦୨୬ ମସିହା ପାଇଁ ଏହାର ଛୁଟି କ୍ୟାଲେଣ୍ଡର ପ୍ରକାଶ କରିଛି। କ୍ୟାଲେଣ୍ଡର ଅନୁସାରେ, ୨୦୨୬ରେ ସେୟାର୍‌ ବଜାରରେ ମୋଟ୍‌ ୧୫ଟି ଛୁଟି ରହିବ। ଏହାସହିତ, ପ୍ରତି ଶନିବାର ଓ ରବିବାର ସାପ୍ତାହିକ ଛୁଟି ରହିବ। ଏହି ଦିନଗୁଡ଼ିକରେ କୌଣସି କାରବାର ହେବନାହିଁ।

୨୦୨୬ ମସିହାରେ ସାଧାରଣ ଛୁଟି ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହେବ। ଗଣତନ୍ତ୍ର ଦିବସରେ ସେୟାର୍‌ ବଜାର ବନ୍ଦ ରହିବ। ଏହାପରେ ମାର୍ଚ୍ଚ ୩ ତାରିଖରେ ହୋଲି ପାଇଁ ସେୟାର୍‌ ବଜାର ବନ୍ଦ ରହିବ। ମାର୍ଚ୍ଚ ୨୬ ତାରିଖରେ ଶ୍ରୀରାମ ନବମୀ ଓ ମାର୍ଚ୍ଚ ୩୧ ତାରିଖରେ ଶ୍ରୀ ମହାବୀର ଜୟନ୍ତୀ ପାଇଁ ଛୁଟି ରହିବ। ଏପ୍ରିଲ ୩ ତାରିଖରେ ଗୁଡ୍‌ ଫ୍ରାଇଡେ ଏବଂ ଏପ୍ରିଲ ୧୪ ତାରିଖରେ ଡକ୍ଟର ବାବାସାହେବ ଆମ୍ବେଦକର ଜୟନ୍ତୀ ପାଇଁ କୌଣସି ବ୍ୟବସାୟ ହେବନାହିଁ।
୧ ମଇରେ ମହାରାଷ୍ଟ୍ର ଦିବସରେ ସେୟାର୍‌ ବଜା‌ର ଛୁଟି ରହିବ। ଏହାପରେ ୨୮ ମଇରେ ବକ୍‌ରିଦ୍‌ ପାଇଁ ଛୁଟି ରହିବ। ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ, ୨ ଅକ୍ଟୋବରରେ ମହାତ୍ମା ଗାନ୍ଧୀ ଜୟନ୍ତୀ ଯୋଗୁଁ ସାଧାରଣ କାରବାର ବନ୍ଦ ରହିବ। ୨୦ ଅକ୍ଟୋବରରେ ଦଶହରା, ୧୦ ନଭେମ୍ବରରେ ଦୀପାବଳି-ବଳିପ୍ରତିପଦା ଓ ୨୪ ନଭେମ୍ବରରେ ଗୁରୁ ନାନକ ଜୟନ୍ତୀ ପାଇଁ ଛୁଟି ରହିବ। ଡିସେମ୍ବର ୨୫ ତାରିଖରେ ବର୍ଷର ଶେଷ ପ୍ରମୁଖ ପର୍ବ ଖ୍ରୀଷ୍ଟମାସ ପାଇଁ କୌଣସି କାରବାର ହେବନାହିଁ।