December 29, 2025

ଟାଲି ଷ୍ଟାର୍ଟଅପ୍ କଲେକ୍ଟିଭ୍ ପକ୍ଷରୁ ଭୁବନେଶ୍ୱରରେ ଷ୍ଟାର୍ଟଅପ୍ ନିବେଶ କର୍ମଶାଳା 

1 min read

ଭୁବନେଶ୍ୱର : ଉଦୀୟମାନ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ବିଭିନ୍ନ ଉଦ୍ୟୋଗକୁ ସୁଦୃଢ଼ ​​କରିବା ପାଇଁ  ଟାଲି ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ  ପ୍ରାରମ୍ଭିକ ପର୍ଯ୍ୟାୟ ଷ୍ଟାର୍ଟଅପ୍ ପାଇଁ ଟାଲି ଷ୍ଟାର୍ଟଅପ୍ କଲେକ୍ଟିଭ୍ ନାମକ ଏକ ନିବେଶ ପ୍ରସ୍ତୁତି କର୍ମଶାଳା ଏବଂ ଶିକ୍ଷାଗତ ଅଧିବେଶନ  ୨୨ ଡିସେମ୍ବରରେ ଭୁବନେଶ୍ୱରରେ ଆୟୋଜନ କରାଯାଇଥିଲା। ଶିକ୍ଷାଗତ ଅଧିବେଶନ ସାଞ୍ଚିକନେକ୍ଟ ଏବଂ କିଟ୍-ଟେକ୍ନୋଲୋଜି ବ୍ୟବସାୟ ଇନକ୍ୟୁବେଟର (କିଟ୍-ଟିବିଆଇ) ସହଭାଗୀତାରେ ଆୟୋଜିତ ହୋଇଥିଲା।

ଟାଲି ଷ୍ଟାର୍ଟଅପ୍ କଲେକ୍ଟିଭ୍‌ର ଦେଶବ୍ୟାପୀ ପ୍ରୟାସରେ ଭୁବନେଶ୍ୱର ଚାପ୍ଟର ଆଉ ଏକ ନୂଆ ପ୍ରୟାସ।ଏହା ଦ୍ୱାରା ଆଞ୍ଚଳିକ ବଜାରରେ ପ୍ରତିଷ୍ଠାତାମାନଙ୍କୁ ବ୍ୟବହାରିକ ଜ୍ଞାନ, ନିବେଶକ ଦୃଷ୍ଟିକୋଣ ଏବଂ ଦୀର୍ଘକାଳୀନ ଇକୋସିଷ୍ଟମ ସହାୟତା ଉପଲବ୍ଧ କରାଯାଇପାରିବ। ପ୍ରାରମ୍ଭିକ ପର୍ଯ୍ୟାୟ ଉଦ୍ୟୋଗୀମାନଙ୍କ ପାଇଁ ଡିଜାଇନ୍ କରାଯାଇଥିବା ଏହି କର୍ମଶାଳାରେ ପ୍ରଥମ ଆନୁଷ୍ଠାନିକ ପାଣ୍ଠି ସଂଗ୍ରହ ଆଲୋଚନା ଆରମ୍ଭ ହୋଇଥିଲା। ନିବେଶକମାନେ କ’ଣ  ଚାହୁଁଛନ୍ତି ତାହା ବୁଝିବାରେ ଷ୍ଟାର୍ଟଅପ ଗୁଡ଼ିକଙ୍କୁ ସାହାୟତା ଉପରେ ଏଥିରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା। 

ଏହି ଅଧିବେଶନରେ ଏ ସ୍କୋୟାର କ୍ୟାପିଟାଲର ପରିଚାଳନା ନିର୍ଦ୍ଦେଶକ  ଚାହତ ଅଗ୍ରୱାଲ ଏବଂ ଗୋଆ ଏଞ୍ଜେଲସର ନିବେଶକ ଡକ୍ଟର ମଧୁରିତା ଗୁପ୍ତା ନିବେଶକଙ୍କ ନେତୃତ୍ୱରେ ଆଲୋଚନା କରାଯାଇଥିଲା। ସେମାନେ ଆନୁଷ୍ଠାନିକ ପାଣ୍ଠି ସଂଗ୍ରହ ପୂର୍ବରୁ ଷ୍ଟାର୍ଟଅପ୍‌ଗୁଡ଼ିକର ମୂଲ୍ୟାଙ୍କନ କିପରି ନିବେଶକମାନେ କରିଥାନ୍ତି ସେନେଇ ଆଲୋଚନା କରିଥିଲେ। 

ଅଧିବେଶନରେ ” ଗେଟିଂ ଫଣ୍ଡେଡ ଆଉଟସାଇଡ୍ ମେଟ୍ରୋ ଇକୋସିଷ୍ଟମ” ଉପରେ ଏକ ପ୍ୟାନେଲ୍ ଆଲୋଚନା ମଧ୍ୟ କରାଯାଇଥିଲ। ସେଥିରେ ଦୁଇ ନିବେଶକଙ୍କ ସହିତ ସାଞ୍ଚିକନେକ୍ଟର ଡକ୍ଟର ସୁନୀଲ କେ ଶେଖାୱତ ଏବଂ କିଟ୍ ଟିବିଆଇର ସିଇଓ ଡକ୍ଟର ମୃତ୍ୟୁଞ୍ଜୟ ସୁଆର ଅଂଶଗ୍ରହଣ କରିଥିଲେ। ଆଲୋଚନାରେ ଅଣ-ମେଟ୍ରୋ ଅଞ୍ଚଳରେ ପ୍ରତିଷ୍ଠାତାମାନେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକ ଉପରେ ଗୁରୁତ୍ବାରୋପ କରାଯାଇଥିଲା।  

ଏହି ଅବସରରେ ଟାଲି ସଲ୍ୟୁସନ୍ସର ଷ୍ଟାର୍ଟଅପ୍ ପ୍ରୋଗ୍ରାମ୍ ମୁଖ୍ୟ ବିବେକ ସୋଭାସାରିଆ କହିଲେ, ଟାଲି ଷ୍ଟାର୍ଟଅପ୍ କଲେକ୍ଟିଭ୍ ମାଧ୍ୟମରେ, ଆମର ଧ୍ୟାନ ଆଲୋଚନା ସହିତ  ଷ୍ଟାର୍ଟଅପ୍‌ଗୁଡ଼ିକୁ ସକ୍ଷମ କରିବା ଉପରେ ମଧ୍ୟ ରହିଛି। ଆମେ ସେମାନଙ୍କୁ ସଠିକ୍ ଇକୋସିଷ୍ଟମ୍ ସହଭାଗୀତା, ବ୍ୟବହାରିକ ଜ୍ଞାନ ଏବଂ ଦୀର୍ଘକାଳୀନ ଅଭିବୃଦ୍ଧିକୁ ସମର୍ଥନ କରୁଥିବା ଉପକରଣଗୁଡ଼ିକର ପ୍ରବେଶ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ। ଡିପିଆଇଆଇଟି-ପଞ୍ଜିକୃତ ଷ୍ଟାର୍ଟଅପ୍‌ଗୁଡ଼ିକୁ ଏକ ମାଗଣା ଏକ ବର୍ଷର ଟାଲି ସବସ୍କ୍ରିପସନ୍ ପ୍ରଦାନ କରି, ଆମେ ପ୍ରତିଷ୍ଠାତାମାନଙ୍କୁ ଦୃଢ଼ ଆର୍ଥିକ ଏବଂ ଅନୁପାଳନ ଭିତ୍ତିଭୂମି ନିର୍ମାଣ କରିବାରେ ସହାୟତା ଜାରି ରଖିଛୁ।  ଏହା ଦ୍ବାରା ସେମାନେ ଆତ୍ମବିଶ୍ୱାସର ସହିତ ସେମାନଙ୍କର ବ୍ୟବସାୟକୁ ବୃଦ୍ଧି କରିବା ଉପରେ ଧ୍ୟାନ ଦେଇପାରିବେ ବୋଲି ଆମର ଆଶା ରହିଛି।

ଟାଲି ଷ୍ଟାର୍ଟଅପ୍ କଲେକ୍ଟିଭ୍ ପ୍ରୟାସ ମାଧ୍ୟମରେ ସହଯୋଗୀ ସାଞ୍ଚିକନେକ୍ଟ ଏବଂ କିଟ୍ ଟିବିଆଇ ସହିତ ମିଳତ ଭାବେ ଶିକ୍ଷା, ସମ୍ପ୍ରଦାୟ ଏବଂ ବ୍ୟବହାରିକ ପ୍ରତିଷ୍ଠାତା ସହାୟତା ଦ୍ବାରା ମେଟ୍ରୋ ସହର ବାହାରେ ଉଚ୍ଚ-ଗୁଣବତ୍ତା ଉଦ୍ୟୋଗକୁ ପୋଷଣ କରିବା ପାଇଁ ନିଜର ପ୍ରତିଶ୍ରୁତିବଦ୍ଧତାକୁ ସୁନିଶ୍ଚିତ କରିବା ଜାରି ରଖିଛି।  ଭୁବନେଶ୍ୱର ଚାପ୍ଟର ଭାରତର ଉଦୀୟମାନ ଷ୍ଟାର୍ଟଅପ୍ ହବ୍‌ଗୁଡ଼ିକରେ କଲେକ୍ଟିଭ୍‌ର ବର୍ଦ୍ଧିତ ଉପସ୍ଥିତିକୁ ନୂତନ ଦିଗ ପ୍ରଦାନ କରିବାରେ ସକ୍ଷମ କରିବାର ଆଶା ରହିଛି।