December 29, 2025

ବରିଷ୍ଠ ସାମ୍ବାଦିକ ଜ୍ଞାନରଞ୍ଜନ ଦାସ ଙ୍କୁ ପ୍ରତିଭାବାନ୍ ସାମ୍ବାଦିକ ସମ୍ମାନ

1 min read

ଭୁବନେଶ୍ୱର : ଗୀତାଗୋବିନ୍ଦ ସଦନ ଠାରେ ପ୍ରତିଜ୍ଞା ସାପ୍ତାହିକ ଖବରକାଗଜର ୧୬ତମ ସ୍ୱନକ୍ଷତ୍ର ଉତ୍ସବ ପାଳିତ ହୋଇଯାଇଛି l ଉକ୍ତ ଅବସରରେ ମୁକ୍ତ କଲମ ସାପ୍ତାହିକ ଖବରକାଗଜର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଜ୍ଞାନରଞ୍ଜନ ଦାସଙ୍କୁ ପ୍ରତିଭାବାନ୍ ସାମ୍ବାଦିକ ସମ୍ମାନ ପ୍ରଦାନ କରାଯାଇଛି। ସାମ୍ବାଦିକ କହିଲେ ଯିଏ ସାଧାରଣ ଖବର ଠାରୁ ଆରମ୍ଭ କରି ବଡଖବର ସଂଗ୍ରହ କରି ସର୍ବସାଧାରଣଙ୍କ ସମ୍ମୁଖରେ ଖବରକାଗଜ ମାଧ୍ୟମରେ ପ୍ରକାଶ କରିବା ତ ସମସ୍ତେ ଜାଣିଛନ୍ତି l କିନ୍ତୁ ମୁ ଜାଣେ ଯେ ସାମ୍ବାଦିକ ମାନେ ସମାଜକୁ ନାବାଧିଲା ପରି ସମ୍ୟକ ଦୃଷ୍ଟି , ନିର୍ଭିକତା , ରାଷ୍ଟ୍ରବାଦୀ ଚିନ୍ତାଧାରା ଓ ବିଶେଷକରି କାହାର ଚରିତ୍ରକୁ ହନନ କଲାଭଳି ଖବର ପରିବେଷଣ ନକରିବା ବୋଧେ ଜଣେ ଭଲ ସାମ୍ବାଦିକତାର ପରିଚୟ l

ଆହୁରି ମଧ୍ୟ ଗୋଟେ ଖବର ର ମୂଳକୁ ଯିବା ଅର୍ଥାତ ଖବର ଟେ ବାହାରକଲେ ତାର ସବୁ ଦିଗକୁ ଦୃଷ୍ଟି ଦେବା l ଆରମ୍ଭ କରି ଶେଷ ମଧ୍ୟ କରିବା ଓ ସମାଧାନ କରିବା ବୋଲି ଶ୍ରୀ ଦାସ ନିଜର ବକ୍ତବ୍ୟ ରେ ପ୍ରକାଶ କରିଥିଲେ l ସଭା କାର୍ଯ୍ୟରେ ଧର୍ମଶାଳା ବିଧାୟକ ଲିକୁ ସାହୁ, ବିଜେପି ରାଜ୍ୟ ଉପାଧ୍ୟକ୍ଷା ସିପ୍ରା ବାଜପେୟୀ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ବିଧାୟକ ବାବୁ ସିଂହ, ସମ୍ପାଦକ ଅଶୋକ ସାହୁ ସହ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ।