December 21, 2025

ମୟୂରଭଞ୍ଜ ଜିଲ୍ଲା ବାରିପଦାର ରାଣୀଭୋଳସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ

1 min read

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବାରିପଦାର ରାଣୀଭୋଳସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅତିଥିମାନେ ଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବିଦ୍ୟାଳୟର କାନ୍ଥ ପତ୍ରିକା ‘ପଲ୍ଲବୀ’ ଉନ୍ମୋଚନ କରାଯାଇଥିଲା।

ବିଦ୍ୟାଳୟର ଅଧ୍ୟକ୍ଷ ହିମାଂଶୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲା ନେତ୍ରାନନ୍ଦ ମଲ୍ଲିକ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ। ନିଜ ପ୍ରତିଭାକୁ କିପରି ବିକଶିତ କରାଯାଇପାରିବ ସେ ବିଷୟରେ ଗଳ୍ପ ମାଧ୍ୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ମୁଖ୍ୟ ଅତିଥି।

ମୁଖ୍ୟବକ୍ତା ଭାବେ ଜଗନ୍ନାଥ ସଂସ୍କୃତିର ଗବେଷକ ସଂଜୀବ କୁମାର ପାଣିଗ୍ରାହୀ ଯୋଗଦେଇ ପିଲାମାନଙ୍କ ମଧ୍ୟରେ ମାନବିକ ମୂଲ୍ୟବୋଧ ଏବଂ ଆଧ୍ୟାତ୍ମିକ ଭାବ କିପରି ବିକଶିତ ହେବ ସେ ବିଷୟରେ ଆଲୋକପାତ କରିଥିଲେl

ସମ୍ମାନିତ ଅତିଥି ଭାବେ ବାରିପଦାର ତହସିଲଦାର ସପନ କୁମାର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ପ୍ରସାଦ ବଳ, ଇଣ୍ଟାକ୍ ମୟୂରଭଞ୍ଜ ଶାଖାର ଆବାହକ ମେଜର ଡକ୍ଟର ରବୀନ୍ଦ୍ରନାଥ ପରିଡ଼ା, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା ବାସନ୍ତୀଲତା ମହାପାତ୍ର, ମୋରଡ଼ାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାତ୍ର ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ସମୟର ସଦୁପଯୋଗ କରିବାକୁ ପରାମର୍ଶ ଦେଇଥିଲେ।

ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବସନ୍ତ କୁମାର ଜେନା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଅଭିଭାବକ ସହଯୋଗ କରିଥିଲେ। ଶେଷରେ ସାମାଜିକ ବିଜ୍ଞାନ ଶିକ୍ଷୟିତ୍ରୀ ଅରୁଣିମା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।