February 13, 2026

ବଲାଙ୍ଗୀର ଖର୍ଲିକାନିସ୍ଥିତ ଶେମର୍ଫୋଡ ଫ୍ୟୁଚ୍‌ରିଷ୍ଟିକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

1 min read

ବଲାଙ୍ଗୀର: ବଲାଙ୍ଗୀର ଖର୍ଲିକାନିସ୍ଥିତ ଶେମର୍ଫୋଡ ଫ୍ୟୁଚ୍‌ରିଷ୍ଟିକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସମ୍ପାଦକ ସଞ୍ଜୀବ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଡକ୍ଟର ପ୍ରତାପ କୁମାର ଦାଶ (ଇଂରାଜୀ ବିଭାଗର ମୁଖ୍ୟ ଏବଂ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ) ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ସହ ସଭାପତି ଆଶିଷ କୁମାର ରଥ, ଶିକ୍ଷା ନିର୍ଦ୍ଦେଶିକା ନିଲମ ରଥ , ଅଧ୍ୟକ୍ଷ ପ୍ରତାପ କୁମାର ଜେନା ଓ ପ୍ରି. ପ୍ରାଇମେରୀ ବିଭାଗର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରୀଛାତ୍ର ଓ ଅଭିଭାବକ ଉପସ୍ଥିତ ରହି ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥଲେ। ଅତିଥିମାନେ ଗୁଣାତ୍ମକ ଶିକ୍ଷା କିଭଳି ଛାତ୍ରୀଛାତ୍ରଙ୍କ ସହ ଦେଶର ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ କହିଥିଲେ। ଗୁଣାତ୍ମକ ଶିକ୍ଷା ବିନା ଦେଶର ପ୍ରଗତି ଅସମ୍ଭବ ବୋଲି ଅତିଥିମାନେ କହିଥିଲେ।

ବାର୍ଷିକ ଉତ୍ସବରେ ବିଦ୍ୟାଳୟର ଛାତ୍ରୀଛାତ୍ର ଉଚ୍ଚକୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ସହସ୍ରାଧିକ ଉପସ୍ଥିତ ଅଭିଭାବକ ବିଦ୍ୟାଳୟର ସଫଳତା ସମ୍ପର୍କରେ ବାଖାଣିଥିଲେ। ବିଦ୍ୟାଳୟର ସଭାପତି ଓ ଏକାଡେମୀ ନିର୍ଦ୍ଦେଶିକା ମୁଖ୍ୟ ଅତିଥି ଡ. ଦାଶଙ୍କୁ ଉପଢୌକନ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିବା ବେଳେ ଅଧ୍ୟକ୍ଷ ବାର୍ଷିକ ବିତରଣୀ ପଠନ କରିଥିଲେ। ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁସ୍ମିତା ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।