December 22, 2025

ଓଡ଼ିଶାରେ ଫାର୍ମା ସେକ୍ଟରରେ ସୃଷ୍ଟି ହେବ ୩୮ ହଜାରରୁ ଅଧିକ ଚାକିରି

1 min read

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ‘ଫାର୍ମା ସମ୍ମିଳନୀ’ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ ଓଡ଼ିଶାକୁ ଆଗାମୀ ଦିନରେ ଦେଶର ଏକ ପ୍ରମୁଖ ଫାର୍ମାସ୍ୟୁଟିକାଲ୍ ହବ୍‌ ଭାବେ ଗଢ଼ି ତୋଳାଯିବ। ଫାର୍ମା ସେକ୍ଟରରେ ନିବେଶ ପାଇଁ ସେ ଦେଶ-ବିଦେଶର ନିବେଶକଙ୍କୁ ଆହ୍ୱାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ଫାର୍ମା ଶିଳ୍ପ ବିକାଶ ପାଇଁ ସରକାର ସମସ୍ତ ପ୍ରକାର ନୀତିଗତ ସହାୟତା, ଢାଞ୍ଚାଗତ ସୁବିଧା ଏବଂ ଏକ-ଖିଡ଼କି ସ୍ୱୀକୃତି ବ୍ୟବସ୍ଥା ଯୋଗାଇ ଦେବେ। ନିବେଶକମାନଙ୍କ ପାଇଁ ଓଡ଼ିଶା ଏକ ଉପଯୁକ୍ତ ଗନ୍ତବ୍ୟ ରାଜ୍ୟ ବୋଲି ସେ ଉଲ୍ଲେଖ କରିଛନ୍ତି।