December 12, 2025

ଜଣେ ଯୁବକ ମୋବାଇଲ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ

1 min read

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ଯୁବକ ମୋବାଇଲ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି। ଯୁବକ ଜଣକ ନିତା ସାହୁ (୨୮) ବୋଲି ଜଣାପଡିଛି। ସୂଚନା ଅନୁସାରେ ନିତା ସାହୁ (୨୮) ଦୀର୍ଘ ଦିନ ହେବ ପାରିବାରିକ କଳହକୁ କେନ୍ଦ୍ର କରି ମାନସିକ ଚାପରେ ରହୁଥିଲେ। ଆଜି ସକାଳେ ମୋବାରକପୁର ଗାଁର ଶିବ ମନ୍ଦିର ନିକଟରେ ଥିବା ମୋବାଇଲ ଟାୱାରକୁ ଚଢି ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

କିଛି ସ୍ଥାନୀୟ ଲୋକ ଏହା ଦେଖି ତାଙ୍କୁ ବୁଝାସୁଝା କରିଥିଲେ। ପରେ ଖବର ପାଇ ସୋର ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ। ଉକ୍ତ ଯୁବକଙ୍କ ପତ୍ନୀ ୪ ବର୍ଷ ହେବ ତାଙ୍କୁ ଛାଡି ଚାଲିଯାଇଥିଲେ। ଏହି କାରଣରୁ ସେ ପ୍ରାୟ ୪ ବର୍ଷ ହେବ ମାନସିକ ଅବସାଦ ଭିତରେ ରହୁଥିଲେ।