January 25, 2026

ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର

1 min read

କେନ୍ଦୁଝର: କେନ୍ଦୁଝର ଜିଲା ସଦର ଥାନା ଅଞ୍ଚଳରେ ଜଣେ ୮ ବର୍ଷର ଦିବ୍ୟାଙ୍ଗ ଜନଜାତି ନାବାଳିକାଙ୍କୁ ଆସିଫ୍‌ ଅନବର ଖାନ୍‌ ନାମକ ଫେରିବାଲା ଶନିବାର ଅପରାହ୍ନରେ ବାରମ୍ବାର ବଳାତ୍କାର କରି କ୍ଷତାକ୍ତ କରି ଦେଇଥିବା ଯୋଗୁ ପୀଡ଼ିତା କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗ ସହିତ କେନ୍ଦୁଝରରେ ବଢୁଥିବା ଅନୁପ୍ରବେଶକାରୀଙ୍କ ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି। କେନ୍ଦୁଝରରେ ମହିଳାଙ୍କ ଉପରେ ଏହି ଅସାମାଜିକ ବ୍ୟକ୍ତିମାନେ ଲୋଲୁପ ଦୃଷ୍ଟି ପକାଇ ସେମାନଙ୍କୁ ଅପହରଣ ବଳାତ୍କାର ଏବଂ ହତ୍ୟାର ଅନେକ ଘଟଣା ଘଟି ଚାଲିଟିଯିବା ବେଳେ କିଛି ଲୋକଲୋଚନକୁ ଆସୁଥିବା ବେଳେ ଅନେକ ଲୋକଙ୍କ ନଜରରୁ ଦୂରେଇ ରହୁଛି। ଏ ବିଷୟରେ କେନ୍ଦୁଝର ଜିଲା ପ୍ରଶାସନ ଓ ପୋଲିସକୁ ପୂର୍ବରୁ ଜଣାଇଥିଲେ ମଧ୍ୟ ସେମାନଙ୍କୁ ଚିହ୍ନଟ କରି କେନ୍ଦୁଝରରୁ ବିଦା କରିବା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏଥିପାଇଁ ବିଶ୍ବହିନ୍ଦୁ ପରିଷଦ କେନ୍ଦୁଝର ଜିଲା ପକ୍ଷରୁ ଆଜି କେନ୍ଦୁଝର ଜିଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିବା ସହିତ ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଜିଲା ବନ୍ଦର ଡାକରା ଦିଆଯାଇଛି। ଏହାକୁ ସମସ୍ତ ହିନ୍ଦୁ ସଂଗଠନ ଓ ହିନ୍ଦୁ ଭଉଣୀଭାଇ ସହଯୋଗ ଓ ସମର୍ଥନ କରିବା ପାଇଁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସ୍ବପ୍ନେଶ୍ୱର ସାହୁ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ତୁଷାର ସାମନ୍ତ, ଇଂ ବସନ୍ତ କୁମାର ଦାନୀ, ଦେବାଶିଷ ପତି ପ୍ରମୁଖ ଉପସ୍ଥିତ ଥିଲେ।