ଉତ୍କଳ ବିଲ୍ଡର୍ସରେରେ ମଙ୍ଗଳବାର ବଡ଼ ଧରଣର ଚଢାଉ
1 min read
ଭୁବନେଶ୍ୱର: ଉତ୍କଳ ବିଲ୍ଡର୍ସରେରେ ମଙ୍ଗଳବାର ବଡ଼ ଧରଣର ଚଢାଉ ହୋଇଛି। ଆୟକର ବିଭାଗର ୧୮ଟି ଟିମ୍ ଉତ୍କଳ ବିଲ୍ଡର୍ସର ଏକାଧିକ ସ୍ଥାନରେ ଚଢାଉ କରିଛି। ୧୮ଟି ଟିମ୍ରେ ବିଭାଗର ୧୨୦ଜଣ ଅଫିସର ଚଢାଉରେ ସାମିଲ ହୋଇଛନ୍ତି।
ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢାଉ ହୋଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଯାଞ୍ଚ ପରେ ସମସ୍ତ ତଥ୍ୟ ବାହାରକୁ ଆସିବ ବୋଲି ବିଭାଗର ଜଣେ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


