ଅଁଳା ନବମୀ ଉପଲକ୍ଷେ ଠାକୁର ମଦନ ମୋହନ ଅଁଳା ବେଶ
1 min read
ଗଞ୍ଜାମ: ଗଞ୍ଜାମ ସହର ବ୍ରାହ୍ମଣ ଢାମଣା ସାହିରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ଅଁଳା ନବମୀ ଉପଲକ୍ଷେ ଠାକୁର ମଦନ ମୋହନ ଅଁଳା ବେଶରେ ହବିଷ୍ୟାଳି ମାନଙ୍କୁ ଦର୍ଶନ ଦେଇଥିଲେ। ଏହି ଉପଲକ୍ଷେ ଆଖପାଖ ଅଞ୍ଚଳର ଶତାଧିକ ମହିଳା ରାଧା ପାଦ ଦର୍ଶନ କରିଥିଲେ । ପୂର୍ବ ପରମ୍ପରା ଅନୁଯାଇ ଠାକୁର ମଦନ ମୋହନଙ୍କୁ ଦୁଇ ଦିନ ଧରି ତୁଳସୀ ଅର୍ପଣ କରାଯାଇଥିଲା । ପୂଜା ମଣ୍ଡପରେ ଦିନ ତମାମ ଭଜନ କିର୍ତ୍ତନ ଅନୁଷ୍ଠିତ ହୋଇଥିଲା ।ଏନେଇ ସାହି ଉତ୍ସମୁଖର ହୋଇ ଉଠିଥିଲା। ଶନିବାର ସମାପନ ହେବ ବୋଲି ପ୍ରଦୀପ ପଣ୍ଡା (ସାନୁ ) ସୂଚନା ଦେଇଛନ୍ତି।ପୂଜକ ପୁରୋହିତ କାଳୁ ଚରଣ ଶତପଥୀ,ସଂସ୍କୃତ ପଣ୍ଡିତ ଜଗନ୍ନାଥ ପଣ୍ଡା,ପପୁ ପଣ୍ଡା, ଅସ୍ମିତ ପଣ୍ଡା (ଲଣ୍ଡା ), ନିଗମ ପାଣିଗ୍ରାହୀ,ରାକେଶ ମିଶ୍ର, ନନ୍ଦୀ ପଣ୍ଡା, ଦିପୁ ପଣ୍ଡା ଙ୍କ ସମେତ ସାହି ବାସୀ ପରିଚାଳନା କରିଥିଲେ ।


