September 24, 2026

ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡିର ନୂଆପଡ଼ା ବିଧାନସଭା ପ୍ରାର୍ଥୀ

1 min read

ଭୁବନେଶ୍ଵର: ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡିର ନୂଆପଡ଼ା ପ୍ରାର୍ଥୀ। ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ନବୀନ ନିବାସଠାରେ ଏ ନେଇ ଘୋଷଣା କରିଛନ୍ତି। ନୂଆପଡ଼ା ବିଧାନସଭା ଆସନରେ ପୂର୍ବରୁ ବିଜେପି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଥିବା ସମୟରେ କଂଗ୍ରେସ ଘାସିରାମ ମାଝୀଙ୍କୁ ମଇଦାନକୁ ଉତାରିଛି। ଏଥର ଉପନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବା ନିଶ୍ଚିତ ହୋଇଛି।
ନୂଆପଡ଼ା ଉପନିର୍ବାଚନ ପାଇଁ ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡି ପ୍ରାର୍ଥୀ। ଏନେଇ ଘୋଷଣା କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ।

ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ସର୍ବପ୍ରଥମେ ଘାସିରାମ ମାଝୀଙ୍କୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିଲା। ଏହା ପରେ ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି। ଶେଷରେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିରୋଧୀ ବିଜେଡି।

ପୂର୍ବରୁ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବାକୁ ଭାବିଥିଲା ବିଜେଡି। କିନ୍ତୁ ଜୟ ଢୋଲକିଆ ଅକ୍ଟୋବର ୧୧ ତାରିଖରେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ଏହା ପରେ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ବିଚାର ବିମର୍ଶ ଚାଲିଥିଲା। ଶେଷରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି।