October 14, 2025

ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

1 min read

VVPAT Election voting

ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୋମବାର ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ନଭେମ୍ବର ୧୧ ତାରିଖରେ ପଡ଼ିବ ଭୋଟ। ଅକ୍ଟୋବର ୧୩ ତାରିଖରୁ ପ୍ରାର୍ଥିପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ଅକ୍ଟୋବର ୨୦ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଅକ୍ଟୋବର ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୪ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ନଭେମ୍ବର ୧୧ ତାରିଖରେ ମତଦାନ ହେବ। ନଭେମ୍ବର ୧୪ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ।

ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ରାଜ୍ୟର ବିଭିନ୍ନ ଦଳ ନିଜ ନିଜର ପ୍ରାର୍ଥୀ ଚୟନ କରିସାରିଛନ୍ତି। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ଆଗୁଆ ପ୍ରାର୍ଥୀ ଘୋଷଣା କରିସାରିଛି କଂଗ୍ରେସ। ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି ବିଜେପି। ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେଡି ଛାଡ଼ି ବିଜେପିରେ ମିଶିଥିବାରୁ ଦଳ ତାଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛି। ତେବେ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବାକୁ ଆଶା ରଖିଥିବା ବିଜେଡି ଏବେ କାହା ଉପରେ ଭରସା କରିବ ତାହା ଦେଖିବାକୁ ରହିଲା। ଗତ ସେପ୍ଟେମ୍ବର ୮ ତାରିଖରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ପରଲୋକ ଘଟିଥିଲା। ଖାଲି ପଡ଼ିଥିବା ଏହି ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି।