March 11, 2026

ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟ

1 min read

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ନେଇ ବିବାଦ ଆରମ୍ଭ ହୋଇଛି। ଝିଅମାନେ ନିଜ ସୁରକ୍ଷା ନିଜେ କରିବା ଦରକାର ବୋଲି ମମତା କହିଛନ୍ତି। ଏହି ଘଟଣାକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି, କିନ୍ତୁ କହିଛନ୍ତି ଯେ, ପୀଡ଼ିତା ଯେଉଁ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିଲେ, ଉକ୍ତ ଶିକ୍ଷାନୁଷ୍ଠାନ ସ୍ପଷ୍ଟ କରିବା ଜରୁରୀ ଯେ, ପୀଡ଼ିତା ଏତେ ରାତିରେ କିପରି ବାହାରକୁ ଆସିଲେ।

ମମତା କହିଛନ୍ତି, ରାତି ସାଢ଼େ ୧୨ଟାରେ ପୀଡ଼ିତା ବାହାରକୁ କିପରି ଆସିଲେ। ସେ ଯାହା ଜାଣିଛନ୍ତି, ଏହି ଘଟଣା ଏକ ଜଙ୍ଗଲ ଅଞ୍ଚଳରେ ଘଟିଛି। ଏହାର ତଦନ୍ତ ଚାଲିଛି। ଏହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି। କିନ୍ତୁ ଘରୋଇ ମେଡିକାଲ କଲେଜ ଛାତ୍ରଛାତ୍ରୀମାନଙ୍କ ଯତ୍ନ ନେବା ଜରୁରୀ। ବିଶେଷ କରି ଝିଅମାନଙ୍କୁ ରାତ୍ରି ସମୟରେ ବାହାରକୁ ଯିବାକୁ ଅନୁମତି ଦେବା ଅନୁଚିତ। ଛାତ୍ରୀମା​‌ନେ ମଧ୍ୟ ନିଜେ ନିଜ ସୁରକ୍ଷା କରିବା ଜରୁରୀ। ଦୋଷୀମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ମମତା କହିଛନ୍ତି।