ଭାରତୀୟ ବାୟୁସେନାରୁ ଅବସର ନେଲା ଲଢୁଆ ବିମାନ ମିଗ୍-୨୧
1 min read
ଚଣ୍ଡିଗଡ଼: ଦୀର୍ଘ ୬୨ ବର୍ଷର ସେବା ପରେ ଭାରତୀୟ ବାୟୁସେନାରୁ ଅବସର ନେଲା ଲଢୁଆ ବିମାନ ମିଗ୍-୨୧। ଚଣ୍ଡିଗଡ଼ ଏୟାରବେସରେ ଏହି ବିମାନକୁ ଆନୁଷ୍ଠାନିକ ବିଦାୟ ଦିଆଯାଇଛି। ଏହି ବିଦାୟ କାର୍ଯ୍ୟକ୍ରମରେ ଶେଷ ଥର ପାଇଁ ମିଗ୍-୨୧ର ଫ୍ଲାଏ ପାସ୍ ହୋଇଥିଲା।
୧୯୬୩ ମସିହାରେ ବାୟୁସେନାରେ ସାମିଲ ହୋଇଥିଲା ମିଗ୍-୨୧। ସୋଭିଏତ ୟୁନିୟନ ସହ ଚୁକ୍ତି ହୋଇ ଏହି ବିମାନକୁ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ ଭାରତରେ ହିଁ ତିଆରି କରିଥିଲା। ଏହି ସମୟ କାଳରେ ଭାରତୀୟ ବାୟୁସେନା ପାଖରେ ୮୦୦ରୁ ଅଧିକ ମିଗ୍-୨୧ ସାମିଲ ହୋଇଥିଲା। ୧୯୬୫ ଏବଂ ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ, ୧୯୯୯ ମସିହାରେ କାର୍ଗିଲ୍ ଯୁଦ୍ଧ, ୨୦୧୯ ମସିହାରେ ବାଲାକୋଟ ଆକ୍ରମଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲା ମିଗ୍-୨୧।
ତେବେ ଅନେକ ପୁରୁଣା ହୋଇଯିବାରୁ ଏହି ବିମାନର ଦୁର୍ଘଟଣା ବୃଦ୍ଧି ପାଇଥିଲା। ଏହାପରେ ମିଗ୍-୨୧କୁ ଫେଜ ଆଉଟ୍ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।